ମଦ ଜବତ ; ୩ ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନାର ବିଭିନ୍ନ ସ୍ଥାନରୁ ଜିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷକ ଗୌତମ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ବ୍ୟାପକ ମଦ ଜବତ ହୋଇଛି । ପାଟୁଳି ଗ୍ରାମର ରାଜେଶ ମଲ୍ଲିକଙ୍କ ଠାରୁ ୧୦ଲିଟର ରନ୍ଧାମଦ ଜବତ ହୋଇଥିବାବେଳେ ନଗୁଁଆ ଗ୍ରାମର କାର୍ତ୍ତିକ ଜେନାଙ୍କ ଠାରୁ ୨୦ଲିଟର ଦେଶୀ ମଦ ଜବତ ହୋଇଛି । ଆଜି ସକାଳେ ଧାମନଗର ଅବକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନ ଗୁଡିକରେ ଚଢାଉ କରି ମଦ ଜବତ କରିଥିବା ଜଣାପଡିଛି । ଅନୂରୂପ ଭାବେ ବେତାଳୀ ଗାଁ ଠାରେ ସତ୍ୟଭାମା ମଳିକଙ୍କ ଠାରୁ ୫ଲିଟର ଆସ୍କାଫର୍ଟି ଓ ୩.୬ଲିଟର ବିଦେଶ ମଦ ଜବତ କରାଯାଇଛି । ଚଢାଉରେ ଅବକାରୀ ଉପ ସହକାରୀ ନିରୀକ୍ଷକ ସ୍ପନ୍ଦନ କୁମାର ମହାନ୍ତି, ନନ୍ଦୁ ନାୟକ, ଭବେଶ ଦାସ, ମୂରଲୀ ପ୍ରଧାନ, ପ୍ରଦୀପ ମଲ୍ଲିକ,ଜେମାମଣୀ ଜରୁଦା ପ୍ରମୁଖ ସାମିଲ ଥିଲେ । ଓଡିଶା ଅବକାରୀ ଆଇନ ଅନୁଯାୟୀ ୧୦/୨୦, ୧୧/୨୦ ଓ ୧୨/୨୦ରେ ମାମଲା ଋଜୁ କରାଯାଇଥିବାବେଳେ ଗିରଫ ୩ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ।