ମଦ ଜବଦ, ତିନି ଗିରଫ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ର ବିଭିନ୍ନ ସ୍ଥାନରେ ନନ୍ଦିପଦା ଓ ସୋସୋ ପୁଲିସ ଚଢ଼ାଉକରି ବଦ ଜବଦ କରିବା ସହ ମଦବିକ୍ରୀ କରିବା ଅଭିଯୋଗରେ ତିନିଜଣଙ୍କୁ ଗିରଫ କରିଛି । ଖବରରୁ ଜଣାଯାଇଛି ଯେ ଗହଳଡାହି ଠାରେ ଚୋରାରେ ଦେଶୀମଦ ବିକ୍ରୀକରୁଥିବା ବେଳେ ବାବୁନୁ ହୋକୁ ଗିରଫ କରିବା ସହ ତା ଠାରୁ ୨୦ଲିଟର ଦେଶୀମଦ ଜବଦ କରିଥିଲେ । ସେହିପରି ନନ୍ଦିପଦା ପୁଲିସ ଷଡଙ୍ଗର ନିରଞ୍ଜନ ରାଉତଙ୍କ ଠାରୁ ୫ଲିଟର ଓ ବସନ୍ତିଆର ଦିପକ ପଣ୍ଡାଙ୍କ ଠାରୁ ୫ଲିଟର ମଦ ଜବଦ କରିବା ସହ ଦୁଇଜରଙ୍କୁ ଗିରଫ କରିଛନ୍ତି ।