ମଦ ଦେକାନୀ କୁ ଆକ୍ରମଣ କରି ଲୁଟ୍
ପୁରୀ(ଯୁଗାଦ୍ଦ ନ୍ୟୁଜ) : ଡେଲାଙ୍ଗ ସାଉରିଆରେ ଥିବା ସରକାରୀ ମଦ ଦୋକାନର ମ୍ୟାନେଜର ଉତ୍ତରାର ଚକ୍ରଧର ସାହୁ (୩୦)ଙ୍କୁ ଆକ୍ରମଣ କରି ତାଙ୍କଠାରୁ ସୁନାଚେନ୍ ଓ ନଗଦ ୨ଲକ୍ଷ ଟଙ୍କା ଲୁଟି ନେଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ ଚକ୍ରଧର ମଦ ଦେକାନର ହିସାବପତ୍ର ନେବା ପାଇଁ ରବିବାର ମଦ କାଉଣ୍ଟରକୁ ଆସିଥିଲେ । ସେଠାରେ ସେ ସମସ୍ତ ହିସାବପତ୍ର କରିବା ପରେ ନିଜ ଭେସ୍ପା ସ୍କୁଟିରେ ଉତ୍ତରାକୁ ବାହାରିଥିଲେ । ମାତ୍ର ଦେକାନଠାରୁ ପ୍ରାୟ ୨ଶହ ମିଟର ଆସିବା ପରେ ଏକ କଇଁଆ ଗଛମୂଳରେ ୪ ଯୁବକ ଏକ ପଲ୍ସର ଓ ହିରୋହୁଣ୍ଡା ପ୍ଳେସନ ପ୍ଳସ୍ରେ ଆସି ତାଙ୍କୁ ଅଟକାଇଥିଲେ । ସେ ରହିବାକ୍ଷଣି ସଙ୍ଗେ ସଙ୍ଗେ ଖଣ୍ଡାରେ ଶ୍ରୀ ସାହୁଙ୍କ ମୁଣ୍ଡ, କାନ୍ଧକୁ ହାଣିବା ସହ ବାମପଟ ଗୋଡକୁ ମାଡ ମାରିଥିଲେ । ସେ ପଡିଯିବାରୁ ତାଙ୍କଠାରୁ ସୁନାଚେନ୍ ଓ ସୁନା ବକ୍ଳସେ ସହିତ ନଗଦ ୨ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟ କରି ପଳାଇଥିଲେ । ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଯୁବକ ତାଙ୍କୁ ଡେଲାଙ୍ଗ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ପଠାଯାଇଥିବା ଜଣାପଡିଛି । ଖବର ପାଇ ଡେଲାଙ୍ଗ ଥାନା ପୁଲିସ ମେଡିକାଲରେ ପହଞ୍ଚି ଆହତ ଯୁବକଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।


