ମଦ ଧରା ଅଭିଯାନ;ଧରା ହେଲା ଜଣେ ଖସିଗଲେ ଅନେକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଅଵକାରୀ ବିଭାଗ ପକ୍ଷରୁ ଗତ ଦୁଇଦିନ ପୂର୍ବରୁ ଡାହାଲା ଓ କୁଶଗଡିଆ ଛକ ଠାରୁ ଵ୍ୟାପକ ମଦ ଜବତ ହୋଇଥିବା ବେଳେ ୨ ଜଣ ଗିରଫ ହୋଇଥିଲେ। ସେହିଭଳି ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଗତ ଗୁରୁବାର ରାତିରେ ରହିଣିଆ ସମେତ ମାଳଦା, ମଣିନାଥପୁର, ନପଗଂ, ମଂଜୁରୀ, ବାଲିପୋଖରୀ ପ୍ରମୁଖ ସ୍ଥାନରେ ଚଢାଉ ହୋଇଥିଲେ ସୁଦ୍ଧା କୌଣସି ଲାଭ ହୋଇନାହିଁ। ଆଗୁଆ ସୂଚନା ପାଇ ଚୋରା ଵେପାରୀ ମାନେ ଵିକ୍ରୟ ପାଇଁ ରଖିଥିବା ମଦ ଗୁଡିକୁ ସ୍ଥାନାନ୍ତରିତ କରିଦେଇଥିଵା ଵିଶେଷ ସୂତ୍ରରୁ ଜଣାପଡ଼ିଛି । ରାତ୍ରି ଉଜାଗର ରହି ପୋଲିସ କେବଳ ଜଗନ୍ନାଥ ପ୍ରସାଦ ଠାରୁ ୧୦ଲିଟର ମହୁଲି ମଦ ଜବତ କରିଥିବା ବେଳେ ବିକ୍ରି କରୁଥିବା ଅଭିଯୋଗରେ ରବୀନ୍ଦ୍ର ବାରିକ କୁ ଗିରଫ କରିଛି।ଏନେଇ ଥାନା ପକ୍ଷରୁ ୨୧୬/୨୦ରେ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।


