ମଦ ନେଇଗଲା ବାଳକର ଜୀବନ

କୋଦଳା:(ଗୁଲସନ୍ କୁମାର କର) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ମେଡିକାଲ୍ ଛକରେ ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ, ଜଣେ ଗୁରୁତର । ଆଜି ସଂଧ୍ୟାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଉଛନ୍ତି କୋଦଳା ନିକଟସ୍ଥ ମାଟିଗଡ ଗ୍ରାମର ଗୋପାଳ ନାହାକ, ପି – ଜୁତିଆ ନାହାକ। ମୃତ ଗୋପାଳଙ୍କ ୧୨ ବର୍ଷର ପୁଅ ଗୁରୁତର ଅବସ୍ଥାରେ ଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଲୋକମାନେ କହିବା ଅନୁଯାୟୀ ବାଇକ୍ ଚାଳକ ମଦ୍ୟପାନ କରି ନିଜେ ନିଜେ ଆସି ପିଟି ହୋଇଯାଇଛି ଯଦ୍ବାରା କି ଏଭଳି କାଣ୍ଡ ଘଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ