ମଦ ବନ୍ଦ ପାଇଁ ବାରଖମା ର ନାରୀସଙ୍ଘ ରାଜରାସ୍ତାରେ

ଫୁଲବାଣୀ,(ସୁର୍ଯ୍ୟ ନାରାୟଣ ବେହେରା):କନ୍ଧମାଳ ଜିଲ୍ଲା ବାଲିଗୁଡା ତହସିଲ ଅନ୍ତର୍ଗତ ବରଖମା ଗ୍ରାମରେ ନାରୀସଙ୍ଘର ଭିଡ଼ । ସାରାବିଶ୍ୱ କୋରନା ମହାମାରୀ ଆତଙ୍କିତ ସୃଷ୍ଟି କରିଥିବା ସମୟରେ, ସ୍ୱାସ୍ଥ୍ୟକର୍ମଚାରୀ ଗଣ ଏବଂ ପୋଲିସ ବାହିନୀ ଅହରହ ରାତିକୁ ରାତି ନାହି, ଦିନକୁ ଦିନ ନ ମାନି ଅକ୍ଲାନ୍ତ ସେବାରେ ଲାଗି ରହିଥିବା ବିଷୟ ସାରା ଭାରତର କୋଣେ କୋଣେ ଦେଖିବା ମିଳୁଛି।
ଅପରପକ୍ଷରେ ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଂ ଅହରହ ଦୂରଦର୍ଶନ ମାଧ୍ୟ୍ୟମରେ ଚେତାବନୀ ଦେବା ସତ୍ୱେ କେତେକ ମାଦକ ସେବନକାରୀ କୋରନାକୁ ଖାତିର ନ କରି କିମ୍ଵା ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀକଂ ଆଦେଶକୁ ଅବମାନନା କରି ମଦ ପାଇଁ ଘରେ ଘରେ ଖୋଜି ବୁଲନ୍ତି ଏବଂ ମଦ ପିଇ ପିରିବାରରେ ବିଶୃଙ୍ଖଳା କରିବା ସହିତ ଲୋକମାନଙ୍କୁ ହଇରାଣ ହରକତ କରନ୍ତି । ଏହି ସମସ୍ତ କାର୍ଯ୍ୟକୁ ଆଖିଆଗରେ ରଖି ବାରଖମାର ନାରୀ ସଙ୍ଘ ରାଜରାସ୍ତାକୁ ଓଲେଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସେମାନେ ମଦ ବିକାଳୀଙ୍କ ଘର ଯାଇ ମଦ ବିକ୍ରି ବନ୍ଦ କରିବେ, ମଦକୁ ଜବତ କରି ଥାନା ଅଧିକାରୀକୁ ହସ୍ତାନ୍ତର କରିବେ । ସେମାନଙ୍କର ସ୍ଲୋଗାନ ଥିଲା, ମା ମାଉସୀ ଏକ ହୁଅ, ମଦ ବିକିବା ବନ୍ଦ କର, ମା, ମାଉସୀ ଏକ ହୁଅ, ମଦ ପିଆଳିକୁ ଭୁଝାଅ, ମଦ ବନ୍ଦ କରି, ଗ୍ରାମକୁ ସୁରକ୍ଷିତ ରଖ , ଜୁଆ ଖେଳ ବନ୍ଦ କରି ଘରେ ସୁରକ୍ଷିତ ରୁହ। ଘରେ ରୁହ, ସୁସ୍ଥ ରୁହ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ