ମଦ ବନ୍ଦ ପାଇଁ ୧୨୦ କି.ମି.
ପାରଳାଖେମୁଣ୍ଡି – (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ମହିଳାମାନେ ୧୨୦ କି.ମି. ଦୂରରୁ ଆସି ମଦ ବିକ୍ତି ସମ୍ପୃଣ ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାଙ୍କର ଅଞ୍ଚଳରେ ମଦକାରବାର ସମ୍ପୂର୍ଣ୍ଣ ଭାବେ ବନ୍ଦକରିବାପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁଯାଇ ସେମାନେ ଗତ ୯ତାରିଖରେ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗ୍ରାମର ସମସ୍ତ ମହିଳା ମଣ୍ଡଳ ଗୋଷ୍ଠି ସମେତ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମରେଥିବା କିଛି ମହିଳା ଅଂଶ ଗ୍ରହଣ କରି ମଦକାରବାର ବନ୍ଦ କରିବା ଉଦ୍ଦେଶ୍ୟରେ ଏକ ବୈଠକ କରିଥିଲେ । ବୈଠକରେ ବହୁ ଆଲୋଚନା ଓ ସମାଲୋଚନାପରେ ମହିଳାମାନଙ୍କର ସଶକ୍ତିକରଣ ପାଇଁ ସରକାର ଯେତେ ପ୍ରଚେଷ୍ଠା କଲେ ମଧ୍ୟ ଏହି ମଦ କାରବାର ଯୋଗୁଁ ମହିଳାମାନେ ସ୍ୱାବଲମ୍ବୀ ହୋଇପାରୁ ନାହାନ୍ତି ତେଣୁ ମଦହିଁ ଏ ଅଞ୍ଚଳର ଲୋକଙ୍କର ଗରିବୀ ତଥା ଦାରିଦ୍ର୍ୟତାପାଇଁ ଦାୟୀ ବୋଲି ସେହି ବୈଠକରେ ଆଲୋଚନା ହୋଇଥିଲା । ଘରୋଇ ଅଶାନ୍ତି ଓ ହିଂସାର ମୂଳ କାରଣ ମଦ ବୋଲି ଭାବି ଗୋବିନ୍ଦପୁର ପଞ୍ଚାୟତ ଅଞ୍ଚଳରେ ମଦକାରବ ସମ୍ପୂର୍ଣ୍ଣ ବନ୍ଦ କରିବାପାଇଁ ସେହି ବୈଠକରେ ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ନେବାପରେ ଗତ ୧୬ ତାରିଖ ପରେ ସେହି ଗ୍ରାମରେ କୌଣସି ଲୋକ ମଦ ପିଇବେ ନାହିଁ କି ମଦ ବିକ୍ରି କରିବେ ନାହିଁ ବୋଲି ନିଷ୍ପତ୍ତି କରାଯାଇଥିଲା । ପରେ ସରକାରଙ୍କ ପକ୍ଷରୁ ଗୋବିନ୍ଦପୁର ଠାରେ ଖୋଲାଯାଇଥିବା ଦେଶୀ ମଦ ଦୋକାନକୁ ଉଚ୍ଛେଦ କରିବାପାଇଁ ଅଞ୍ଚଳବାସୀ ଦାବୀ କରିଥିବା ପ୍ରକାଶ କରିଛନ୍ତି । ତେଣୁ ସେମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ଦ୍ୱାରସ୍ଥ ହେବା ସମୟରେ ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ଲାବାଣ୍ୟ ମଲ୍ଲିକ, ସମିତି ସଭ୍ୟ ବାଳକୃଷ୍ଣ ପ୍ରଧାନ, ୱାର୍ଡସଭ୍ୟ ସନ୍ତୋଷ କୁମାର ନାୟକ, କିଶୋର ଚନ୍ଦ୍ର ନାୟକ, ପ୍ରମୁଖଙ୍କ ସହ ଅଞ୍ଚଳର ବହୁ ମୁଖିଆ ଲୋକ ଓ ମହିଳା ମଣ୍ଡଳୀ ସଦସ୍ୟ ଉପସ୍ଥିତଥିଲେ ।