ମଦ ବିକ୍ରିକୁ ବିରୋଧ କରି ପ୍ରାଣ ହାରିଲେ ଯୁବକ

କଟକ,(ଦୀପକ୍ କୁମାର ବେଉରା):  କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ବାଣିପଦା ପଞ୍ଚାୟତର ହରିଜନସାହିରେ ଘଟିଛି ଏପରି ବର୍ବର କାଣ୍ଡ । ବେଆଇନ ଭାବେ ମଦ ତିଆରି ଓ ବିକ୍ରିକୁ ବିରୋଧ କରିବାକୁ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ଚୌଦ୍ୱାର ପୁଲିସ୍‌ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି । ଘଟଣାର ମୁଖ୍ୟ ଆସାମୀ ମୃତ ସରଜ ର ବଡ଼ ଭାଇ ମଣ୍ଟୁ ସାମଲ କୁ ପୋଲିସ ଅଟକ ରଖି ଥିବା ବେଳେ ଅନ୍ୟ ମାନେ ଫେରାର ହୋଇଯାଇଥିଲେ । ସୂଚନା ଅନୁଯାୟୀ , ଗତକାଲି ରାତିରେ ମଦ ବିକ୍ରୀ ହେଉଥିବା କିଛି ବ୍ୟକ୍ତିଙ୍କ ନାମରେ ଚୌଦ୍ୱାର ଥାନାରେ ସ୍ଥାନୀୟ ଅଞ୍ଚଳର କେତେକ ମହିଳା ଅଭିଯୋଗ କରିବାକୁ ଯାଇଥିଲେ । ମହିଳାମାନେ ଅଭିଯୋଗ କରି ସାହିକୁ ଫେରିବା ପରେ ସାହି ଭିତରେ ଗଣ୍ଡଗୋଳ ହୋଇଥିଲା । ମଧ୍ୟ ରାତିରେ ମଦ ବିକ୍ରୀ କରୁଥିବା ଗୋଷ୍ଠୀର କିଛି ବ୍ୟକ୍ତି ସରୋଜ ନାମକ ଯୁବକଙ୍କୁ ଆକ୍ରମଣ କରିବା ସହିତ କଟୁରୀରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ଦୀର୍ଘ ସମୟ ପର୍ଯ୍ୟନ୍ତ ଛଟପଟ ହେଉଥିଲେ ସରୋଜ । ଚୌଦ୍ୱାର ପୁଲିସ୍‌ ଖବର ପାଇ ସରୋଜଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସାହି ଭିତରେ ଗୋଷ୍ଠୀ ସଂଘର୍ଷ ଭୟ ଥିବାରୁ ୨ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ