ମଦ ବିକ୍ରି ବନ୍ଦ ପାଇଁ ମହିଳାମାନେ ଥାନା ଘେରିଲେ ଓ ଦାବିପତ୍ର ଦେଲେ
ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ଥାନା ଅର୍ନ୍ତଗତ ସହଙ୍ଗା ଗ୍ରାମରେ ଦିନ ଓ ରାତିରେ ଅବାଦରେ ମଦ ବିକ୍ରି ହେଉଛି । ମଦ ପିଇ ଲୋକମାନେ ସର୍ବଶାନ୍ତ ହେଉଛନ୍ତି । ଏଥିରୁ ଛୋଟ ପିଲାମାନେ ବାଦ୍ ପଡ଼ୁନାହାନ୍ତିି । ଗ୍ରାମରେ ଆଇନ୍ ଶୃଙ୍ଖଳା ବାଧାପ୍ରାପ୍ତ ହେଉଛି । ଗ୍ରାମରୁ ସଂପୂର୍ଣ୍ଣ ମଦ ବନ୍ଦ କରିବା ପାଇଁ ମହିଳା ଓ ଯୁବକମାନେ ଆଗରୁ କୋରେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଫଳ ନ ମିଳିବାରୁ ଆଜି ଅପ୍ରାହଣରେ ଶତାଧିକ ମହିଳା ଓ ଯୁବକମାନେ କୋରେଇ ଥାନା ସମ୍ମୁଖରେ ବିକ୍ଷୋଭ କରିବା ସଂଗେ ମଦ ବେପାରୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଦାବିପତ୍ର ଥାନାଧିକାରୀ ରଣଜିତ୍ ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି । ୧୫ଦିନ ଭିତରରେ ମଦ ବେପାରଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ମହିଳାମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ବିଭିନ୍ନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଏସଂପର୍କରେ କାଚରାସାହି ସରପଞ୍ଚଙ୍କୁ ମଧ୍ୟ ଅବଗତ କରିଛନ୍ତି ।