ମଦ ବିରୋଧରେ ତାତିଲେ ମହିଳା
ଗଜପତି,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ଗୋବିନ୍ଦପୁର ଗ୍ରାମରେ ଗତ ୯ ତାରିଖ ଠାରୁ ମଦମୁକ୍ତ କରିବା ନିମନ୍ତେ ଶତାଧିକ ମହିଳା ମଦ ବିରୋଧି ଆନ୍ଦୋଳନ ଆରମ୍ଭ କରିଛନ୍ତି । ତଥାପି ଚୋରାରେ ମଦ ବିକ୍ରି କରୁଥିବାରୁ ଗୁରୁବାର ଗ୍ରାମର ଶତାଧିକ ମହିଳା ଉଗ୍ରରୁପ ଧାରଣା କରିଥିଲେ ।ଏହା ସହ ଚେରାରେ ଜଣେ ମଦ ବିକ୍ରି କରୁଥିବାର ଯୁବକଙ୍କୁ ଧରି ଅବକାରୀ ପୋଲିସ ହାତରେ ଜିମା ଦେଇଛନ୍ତି । ଯୁବକ ଜଣକ ନାମ ସରୋଜ ନାୟକ ବୋଲି ଜଣାପଡିଛି । ଏହା ସହ ତା ନିକଟରୁୁ ଶହେ ଲିଟରରୁ ଦେଶୀ ଉର୍ଦ୍ଧ୍ୱ ମଦ ଜବତ କରାଯାଇଛି । ମହିଳା ସଂଘ ତରଫରୁ ଏହି ଚୋରା ମଦ ବେପାରିକୁ ଧରିବା ପାଇଁ ଗତ ୫ ଦିନ ହେଲା ଉଦ୍ୟମ ଜାରୀ ରହିଥିଲା କିନ୍ତୁୁ ସେ ଖସି ପଳାଇବାରେ ସଫଳ ହେଉଥିଲା । ଏଥିସହ ଅଂଚଳରେ ଯେଉଁ ପର୍ଯର୍୍ୟନ୍ତ ମଦ ସଂମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ ସେତେ ଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବା ସହ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ମହିଳା ସଂଘ ପକ୍ଷରୁ କୁହାଯାଇଛି ।