ମଦ ବିରୋଧୀ ମହିଳାମାନେ ମଦ ଦୋକାନ ଭାଙ୍ଗିଲେ

କେନ୍ଦ୍ରାପଡା,(ଚିତରଂଜନ ଦାସ ): ମଦୁଆଙ୍କ ଉତ୍ପାତ ସହିନପାରି ଶେଷରେ ମଦ ବିରୋଧୀ ମହିଳାମାନେ ବାଧ୍ୟହୋଇ ମଦ ଦୋକାନ ଭାଙ୍ଗିଥିବା ଦେଖାଯାଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାଗେଶ୍ୱରପୁର ଗ୍ରାମରେ ଥିବା ଏକ ସରକାରୀ ମଦ ଦୋକାନକୁ ସ୍ଥାନୀୟ ମଦ ବିରୋଧୀ ମହିଳାମାନେ ବୁଧବାର ଭାଙ୍ଗିଦେଇଥିବାର ସଦର ଥାନାରେ ଅଭିଯୋଗ ହୋଇଛି । ପୂର୍ବରୁ ସେମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ସେହି ମଦ ଦୋକାନଟିକୁ ବନ୍ଦ କରିବା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ସେଥିପ୍ରତି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଗ୍ରାମର ଝିଅ,ବୋହୁମାନେ ବିଭିନ୍ନ ସମୟରେ ସେହି ରାସ୍ତାରେ ଚାଲିବା ମଧ୍ୟ ଅସମ୍ଭବ ହୋଇପଡିଲା । ସେମାନଙ୍କ ଇଜ୍ଜତ,ସମ୍ମାନ ଉପରେ ମଧ୍ୟ ଗୁରୁତ୍ତର ବ୍ୟାଘାତ ସୃଷ୍ଟି ହେଲା । ଶେଷରେ ମହିଳାମାନେ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ । ଶତାଧିକ ମହିଳା ଏକାଠି ହୋଇ ସେହି ମଦ ଦୋକାନ ଭିତରେ ପଶି ମଦ ଭର୍ତ୍ତି ପେଟି ଗୁଡିକ ବାହାରକୁ ଫିଙ୍ଗି ଦେଇଥିବା ବେଳେ ବାହାରେ ଥିବା ମହିଳାମାନେ ସେଥିରୁ ମଦ ବୋତଲ ଗୁଡିକୁ ବାଉଁଶରେ ପିଟି ଭାଙ୍ଗିଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ମଦ ଦୋକାନ ଖୋଲାଯିବା ଦିନଠାରୁ ମଦୁଆଙ୍କ ଉତ୍ପାତ ବଢିଚାଲିଥିବା ବେଳେ ସ୍ଥାନୀୟ ଅଚଂଳର ବିଭିନ୍ନ ଗ୍ରାମର ଯୁବକମାନେ ନିଶାଗ୍ରସ୍ତ ହୋଇପଡିଥିଲେ । ସ୍ଥାନୀୟ ସାମାଜିକ ଜନଜୀବନ ଏଥିରେ ଘୋର ପ୍ରଭାବିତ ହେବା ସହ ଝିଅ,ବୋହୁ ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢିଯାଇଥିଲା । ସ୍ଥାନୀୟ ସ୍କୁଲ ଓ କଲେଜ ପଢୁଆ ଛାତ୍ରଛାତ୍ରୀମାନେ ସେହି ରାସ୍ତାଦେଇ ଯିବାକୁ ଭୟଭିତ ହୋଇପଡୁଥିଲେ । ଏଭଳି ପରିସ୍ଥିତିରେ ମହିଳାମାନେ ଏକଜୁଟ ହୋଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ସେହି ମଦ ଦୋକାନକୁ ବନ୍ଦ କରିଦେବାକୁ ଦାବି କରିଥିଲେ । କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ସାଜି ଚୁପ ରହିଗଲା । ଫଳରେ କେତେକ ମହିଳାଙ୍କ ଘର ଉଜୁଡି ଯିବାକୁ ବସିବାରେ ସେମାନେ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି । ଅନ୍ୟପଟରେ ସଂପୃକ୍ତ ମଦ ଦୋକାନୀଙ୍କ ଅଭିଯୋଗ ଅନୁଯାଇ ସେ ଏ ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ ଏହି ଅଭି୍େ‌ାଗ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ