ମଦ ଭାଟି ଏଣେ ତେଣେ ପକାଉଛି ମଦ ଜରି

କୁଚିଣ୍ଡା, (ଲିପନ ନାଏକ):ଜମନକିରା ଖଏର ଡ଼ିହି ମୁଖ୍ୟ ରାସ୍ତାରେ ଦେଶୀ ମଦଭାଟି ଖୋଲାଯାଇଛି। ଏହି ମଦଭାଟି ରେ ଲୋକଙ୍କ ଭିଡ଼ ଜମୁଛି। ଦୈନନ୍ଦିନ ସହ ସହ ଲୋକଙ୍କ ଭିଡ଼ ଜମୁଛି। ଲୋକେ ଏଠାରୁ ମଦ କିଣି ପିଉଛନ୍ତି ଓ ଖାଲି ମଦ ପାଉଚ ଏଣେ ତେଣେ ଫୋଫାଡ଼ି ଦେଉଛନ୍ତି। ମଦ ଭାଟି ଚାରିପଟେ ସାଧାରଣ ଲୋକଙ୍କ ଚାଷ ଜମିରହିଛି। ଲୋକେ ମଦ ପିଇ ଜରୀଗୁଡିକ ଏଣେ ତେଣେ ଫୋଫାଡ଼ିବାରୁ ଏହି ଜରି ଗୁଡାକ ଚାଷ ଜମିରେ ପଡୁଛି ଏପରିକି ଭାଟି ପଛ ପଟେ ଏକ ନଦୀ ବହୁଛି ଓ ଏହି ଜରି ସିଧା ନଦୀରେ ଯାଉଛି। ବର୍ତମାନ ଚାରିଆଡେ ଚାଷ ଜମିରୁ ଧାନ ଅମଳ ହୋଇଛି ଓ ସାଧାରଣ ଲୋକେ ନିଜ ଗାଇ ଗୋରୁ ଉକ୍ତ ଜମିରେ ଚରାଉଛନ୍ତି ହେଲେ ଜମନକିରା ଭାଟି ସମ୍ମୁଖରେ ପଡ଼ିଥିବା ଜରିକୁ ମଧ୍ୟ ଗାଇ ଗୋରୁ ଖାଇ ଦେଉଥିବା ବିଭିନ୍ନ ସମୟରେ ନଜର ଆସୁଛି। ଏପରି ମଦ ଜରି ଏଣେ ତେଣେ ଫିଙ୍ଗା ଯାଉଥିବାରୁ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡୁଛି। ଉଚ୍ଚ କତୃପକ୍ଷ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ