ମଦ ମାଲିକଙ୍କୁ ବୋମାମାଡ କରିଥିବା ୩ ଅଭିଯୁକ୍ତ ଗିରଫ
ପୋଲସରା:-(ଯୁୁଗାବ୍ଦ ନ୍ୟୁଜ) ପୋଲସରା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ଗତ ଦୀପାବଳୀ ପୂର୍ବ ଦିନରେ କିଛି ଅସାମାଜିକ ଦୁର୍ବୁତମାନଙ୍କ ସିରିଜ୍ ବୋମାମାଡରେ ପୋଲସରାର ସାରା ଅଞ୍ଚଳ ଆତଙ୍କି ହୋଇ ପଡ଼ିଥିଲା । ଯାହାକୁ ନେଇ ଗଂଜାମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗଠନ ହୋଇଥିଲା ଏକ ଷ୍ଟିଙ୍ଗ୍ ଅଫେରସନ୍ । ବୋମାମାଡ ଘଟଣାରେ ଅପରାଧୀ ଭାବେ ୭ ଜଣ ଚିହ୍ନଟ ହୋଇଥିବା ବେଳେ ୩ ଜଣ ଅପରାଧୀ ଗିରଫ ହୋଇ କୋଦଳା କୋର୍ଟକୁ ଚାଲାଣ ହୋଇଥିବା ସୂଚନା ପ୍ରକାଶ କରିଛନ୍ତି ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ । ଗିରଫ ଅଭିଯୁକ୍ତ ହେଲେ ଆସିକା ଥାନା ଅଞ୍ଚଳର ସାହାସରପୁର ଗ୍ରାମର ସତ୍ୟ ନାରାୟଣ ପାତ୍ର , କୋଦଳା ଥାନାର ରୋହିତ ସେନାପତି ଓ କୋଦଳା ଥାନା ଅଞ୍ଚଳର ରାଣୀପଡା ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ । ମଦ ଦୋକାନ ମାଲିକୁ ବଟି ଦେବାକୁ ଭୟଭୀତ କରାଇ ପୋଲସରାରେ ଏଭଳି ସିରିଜ୍ ବୋମାମାଡ କରିଥିଲେ ୭ ଜଣ ଅଭିଯୁକ୍ତ । ଯାହାକୁ ନେଇ ପୋଲସରା ପୋଲିସ ତତ୍ପରତା ଦେଖାଇ ବୋମାମାଡ କରିଥିବା ୩ ଜଣ ଅପରାଧୀକୁ ଗିରଫ କରିବା ସହ ଆଉ ୪ ଜଣ ଫେରାର ଅପରାଧିଙ୍କୁ ନିଜ ପଞ୍ଜା ଭିତରକୁ ଆଣିବା ପାଇଁ ଜୋରଦାର କମ୍ବିଂ ଅପେରେସନ୍ ଚାଲିଛି ।