ମଦ ମୁକ୍ତି ଅଭିଯାନ ଆଗୁଆଡ ଗ୍ରାମରେ ସଂଘଟିତ ଗ୍ରାମ ବାସି

ବଡ଼ସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତର ଆଗୁଆଡ ଗ୍ରାମରେ ନିଶାମୁକ୍ତ ଗାଁ କରିବା ସହିତ ଗାଆଁରେ ମଦ ବିକ୍ରୟ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଆଜି ଗାଁର ମହିଳା ପୁରୁଷ ଏବଂ ସମାଜସେବୀ ଏକ ରାଲି ମାଧ୍ୟମରେ ସଚେତନ କରାଇଥିଲେ। ଏହି ରାଲି ରେ ଗାଁ ର ସ୍ଵୟଂସହାୟକ ଗୋଷ୍ଠୀର ଶତାଧିକ ମହିଳା ଖୋଲାଖୋଲି ମଦ ବିକ୍ରୟକୁ ବିରୋଧ କରିଛନ୍ତି। ମଦ ବିକ୍ରୟ ହେବ ଦ୍ଵାରା ଦିନକୁ ଦିନ ବିଭିନ୍ୟ ପରିବାରରେ ଘୋରଇ ହିଂସା ବୃଦ୍ଧି ସହିତ ଅଶାନ୍ତି, ଗାଆଁରେ ବିଶୃଙ୍ଖଳା ସୃଷ୍ଟି ହେଉଅଛି। ବିଶେଷ କରି ମହିଳାଙ୍କ ନିର୍ଯାତନା ବୃଦ୍ଧି ସହିତ ସାଧାରଣ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଉଥିଲେ। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ସ୍ଵତ୍ତେ ଅବକାରୀ ବିଭାଗର ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରୁନଥିଲେ। ତେଣୁ ଆଜି ବିଭିନ୍ନ ସ୍ଵୟଂସହାୟକଗୋଷ୍ଠୀ ଓ ସମାଜସେବା ଗୋଷ୍ଠୀ ଡାକରା କ୍ରମେ ଶତାଧିକ ମହିଳା ଓ ପୁରୁଷ ଏକତ୍ର ହୋଇଥିଲେ ଓ ସଚେତନ ଅଭିଯାନ ରାଲି କରାଇଥିଲେ ଏବଂ ମଦ ବିକ୍ରୟ କରୁଥିବା ବେପାରୀ ମାନଙ୍କୁ ବୁଝାସୁଝା କରିଥିଲେ ଯେ ଆଗକୁ ବିକ୍ରି ବନ୍ଦ କରିବା ପାଇଁ ମୁଖ୍ୟ ନେତୃତ୍ୱ ନେଇ ଥିଲେ ବିଜୟ ପାତ୍ର ଶରତ ମହାନ୍ତ ସାଇବା ସୋରେନ ଲେମ୍ବୁଧର ସୋରେନ ଦିନ ବନ୍ଧୁ ମହାନ୍ତ ଅତୁଲ ମହାନ୍ତ ଦିଲ୍ଲୀପ ମହାନ୍ତ ରଜତ ମହାନ୍ତ ଗିରିଶ୍ଚନ୍ଦ୍ର ମହାନ୍ତ ବୁଢାନ ମାର୍ଣ୍ଡି ସଂଜିତ୍ ମହାନ୍ତ ତଥା ଗ୍ରାମର ସମସ୍ତ ପୁରୁଷ ମହିଳା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ