ମଦ ମୁକ୍ତି ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେ କାଳିଞ୍ଜି ସମାଜ
କୋଦଳା :(ଯୁଗାଦ୍ଦ ନ୍ୟୁଜ/ଗୁଲସନ୍ କୁମାର କର)ବେଗୁନିଆପଡ଼ା ବ୍ଳକର ଷଣ୍ଢମୂଳ ପଞ୍ଚାୟତ ର ଶାଳବଣ ଗ୍ରାମରୁ ଓଡ୍ର ଖଣ୍ଡାୟତ କାଳିଞ୍ଜି ଓଡ଼ିଆ ସମାଜ ପକ୍ଷରୁ ମଦ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ବ୍ଲକ ଅନ୍ତର୍ଗତ ନୂଆଗଡ଼ ସମାଜ ପକ୍ଷରୁ ସଭାପତି ମୁକୁନ୍ଦ ମାଧବ ସ୍ଵାଇଁ, ସମ୍ପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, ରମେଶ ଚନ୍ଦ୍ର ସ୍ଵାଇଁ, ଦେବରାଜ ଭୂୟାଁ, ବୁଲା ଜେନା,ରଙ୍ଗନାଥ ସ୍ଵାଇଁ ଙ୍କ ନେତୃତ୍ଵରେ ଏକ ମହା ସମାବେଶ ଶାଳବଣ ସ୍ଥିତ ଶ୍ରୀ ରାଧା କୃଷ୍ଣ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ପୂର୍ବ ଦିନରେ ଶାଳବଣ ଠାରେ ଉକ୍ତ ଗ୍ରାମକୁ ମଦ ମୁକ୍ତ ଗ୍ରାମ ଭାବେ ପରିଗଣିତ କରି ଏକ ଦୃଷ୍ଟାନ୍ତ ସ୍ରୁଷ୍ଟି କରିବା ପରେ ଏହି ସମାଜ ପକ୍ଷରୁ ପ୍ରତ୍ୟେକ କାଳିଞ୍ଜି ପରିବାର ରହୁଥିବା ଗ୍ରାମରେ ମଦ ମୁକ୍ତି ଆନ୍ଦୋଳନକୁ ତୀବ୍ର କରିବା ପାଇଁ କାର୍ୟ୍ୟକ୍ରମ ସ୍ଥିର ହେବା ପରେ ଏହି ଅଭିଯାନ ଆରମ୍ଭ ହୋଇଛି । ଆଜି ଏହି ମଦ ମୁକ୍ତି ଆନ୍ଦୋଳନର ପ୍ରଚାର ଶାଳବଣ ଠାରୁ ଆରମ୍ଭ ହୋଇ ୪ ଟି ପଞ୍ଚାୟତ ଷଣ୍ଢମୂଳ, ତାଳସର, ଅଙ୍ଗାର ଗାଁ, କୁମ୍ଭାର ଗାଁ ପଞ୍ଚାୟତର ସମସ୍ତ ଗ୍ରାମକୁ ଯିବା ସହ ମଦ ର କୁ ପ୍ରଭାବ ଓ ପରିବାର ଉପରେ ଏହାର କୁ ପ୍ରଭାବ ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ସମାବେଶରେ ୫୦୦ ରୁ ଉର୍ଦ୍ଧ ବାଇକ୍ ରାଲି ରେ ଯୋଗ ଦାନ କରିଥିବା ବେଳେ ୧୦୦୦ ରୁ ଅଧିକ ଲୋକ ସମାବେଶରେ ଯୋଗ ଦେଇଥିଲେ ।