ମଧୁପାଟଣା ରୁ ୨୨ ଲକ୍ଷର ଧଳା ଜହର ଜବତ

ମଧୁପାଟଣାରୁ ୨୨ ଲକ୍ଷ ଧଳା ଜହର ଜବତ । ଏହ ିଘଟଣାରେ ଅବ କାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ରାଜ୍ୟରେ ଦୃତ ଗତିରେ ବଢି ଚାଲିଛି କଳାବେପାର । କଳା ବେପାର କୁ ରୋକିବା ପାଇଁ ପୋଲିସ ତରଫରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । କିନ୍ତୁ ପୋଲିସ ଡାଳେ ଡାଳେ ଗଲେ କଳାବେପାରୀ ମାନେ ପତରେ ପତରେ ଯାଉଛନ୍ତି । କଳାବେପାରୀଙ୍କୁ ରୋକିବା ପାଇଁ ବାରମ୍ବାର ପ୍ରୟାସ କରୁଛନ୍ତି । କିନ୍ତୁ କଳାବେପାରୀ ମାନେ ବେପାର କରି ଖୁଲାମା ଖୁଲାମା ବୁଲୁଛନ୍ତି । ଏହା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆଇନଶୃଙ୍ଖଳା ରକ୍ଷା କରିବା ଓ କଳାବଜାରୀ ରୋକିବା ପାଇଁ ପୋଲିସ ପ୍ରଶାସନ ପ୍ରୟାସ ଜାରି ରଖିଛି । ଗତ କିଛି ୍୍ଦିନ ତଳେ ପୋଲିସ ମୁମ୍ବାଇ ବ୍ରାଉନ ସୁଗର ଜବତ କରିବା ସହ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ଥରେ ଅବକାରୀ ବିଭାଗ ତରଫରୁ କଟକ ମଧୁପାଟଣା ୍ର ଞ୍ଚଳରୁ ଅବକାରୀ ବିଭାଗ ଚଢାଉ କରି ୨୨୨ ଗ୍ରାମ ଧଳା ଜହର ଜବତ କରିଛି । ବ୍ରାଉନ ସୁଗର ର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ