ମଧୁବାବୁଙ୍କୁ ଭାରତରତ୍ନ ଦାବିରେ ସତ୍ୟଭାମାପୁର ଏନ୍ତୁଡ଼ିଶାଳରୁ ଦସ୍ତଖତ ସଂଗ୍ରହ ଅଭିଯାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶାର ପ୍ରଥମ ଆଇନ୍ଜୀବୀ, ବାରିଷ୍ଟର ତଥା ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ଦାବିରେ ସତ୍ୟଭାମାପୁର ଏନ୍ତିଡ଼ିଶାଳରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା । ପ୍ରଥମେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ପରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଅଲ ଲୟର୍ସ ଗ୍ରୁପ୍ ଓଡ଼ିଶା ପକ୍ଷରୁ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବହୁ ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ । ଏଥିରେ ଦସ୍ତଖତ ସଂଗ୍ରହ ଅଭିଯାନର ଅବାହକ ଲିଙ୍ଗରାଜ ସାହୁ, ହାଇକୋର୍ଟର ଆଇନଜୀବୀ ସରୋଜ ସାହୁ, ବାଳକୃଷ୍ଣ ରାଉତ, ଭାରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଥାଉକି, ମଧୁବାବୁଙ୍କୁ ଭାରତରତ୍ନ ଦାବିରେ ୯ଟି ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି । ପଶ୍ଚିମବଙ୍ଗ, ଆଣ୍ଡାମାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ହରିୟାନା ଆଦି ରାଜ୍ୟରୁ ଦସ୍ତଖତ ଅଭିଯାନ କରାଯାଇଛି । ରାଜ୍ୟର ସମସ୍ତ ଆଇନଜୀବୀ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ସେହିପରି ସରକାର ଏହି ସତ୍ୟଭାମାପୁର ପୀଠକୁ ଜାତୀୟ ସ୍ମାରକୀ କରି ଏହାର ଅଧିକ ବିକାଶ କରିବା, କୋର୍ଟ ନିକଟ ରାସ୍ତାଗୁଡ଼ିକ ମଧୁବାବୁଙ୍କ ନାମରେ କରିବାକୁ ଦାବି କରାଯାଇଛି ।