ମଧୁବାବୁ ପେନସନ୍ ଯୋଜନାରେ ଛତ୍ରପୁର ବ୍ଲକର ୧୬୯୬ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାରେ ଭତ୍ତା ନପାଇ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଦୈନିକ ଶହଶହ ବୃଦ୍ଧବୃ୍ଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରୁଥିଲେ । ଭତ୍ତା ଟାଙ୍କା ପାଇବାକୁ ଅପେକ୍ଷା କରି କେତେକ ବୃଦ୍ଧବୃଦ୍ଧା ଆର ପାରିକି ଚାଲିଗଲେଣି । ଆଉ ଯେତିକି ଅଛନ୍ତି ଏ ଜୀବନରେ ଆଉ ଭତ୍ତା ଟଙ୍କା ପାଇବୁନି ଭାବି ଆଶା ଛାଡି ଦେଲେଣି । ଏଭଳି କେତେକ ବିଷୟ ଦୃଷ୍ଟିଗୋଚର ହେବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉଦ୍ୟମରେ ରାଜ୍ୟ ସରକାର ପକ୍ଷରୁ ଜିଲ୍ଲାକୁ ଅତିରିକ୍ତ ଭତ୍ତା ଟାର୍ଗେଟ୍ ମଞ୍ଜୁର କରିଛନ୍ତି ।ଆବଶ୍ୟକ ସ୍ଥଳେ ସରକାରଙ୍କୁ ଏଦିଗରେ ସ୍ୱତନ୍ତ୍ର ଭାବେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଦୃଷ୍ଟି ଆକର୍ଷଣ କରି ମଧୁବାବୁ ପେନସନ୍ ଯୋଜନାରେ ୪୧ ହଜାର ୭୩୪ ଅତିରିକ୍ତ ଭତ୍ତା ଜିଲ୍ଲା ପାଇଁ ମଞ୍ଜୁର କରାଇଛନ୍ତି । ସେଥିମଧ୍ୟ୍ୟରୁ ଛତ୍ରପୁର ବ୍ଲକ ୧୬୯୬ ନୂତନ ହିତାଧିକାରୀ ସାମିଲ ହୋଇଛନ୍ତି | ଏହି ଅବସରରେ ଛତ୍ରପୁର ବ୍ଲକ ରେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ଙ୍କୁ ଭତା ବଣ୍ଟନ ହୋଇଛି | ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ନୂତନ ହିତାଧିକାରୀ ଙ୍କୁ ଭତା ବାଣ୍ଟିଥିଲେ | କାର୍ଯ୍ୟକ୍ରମରେ ୧୯ ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ବିଡ଼ିଓ ସୁଶାନ୍ତ ବରାଳ ପ୍ରମୁଖ ଉପସ୍ଥିତଥିଲେ |