ମଧୁବିଦ୍ଯା ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ପ୍ରାଥମିକ ସ୍କୁଲ ର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ମମତାରାଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ  ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା ସଂଯୋଜନା କରିଥିଲେ। ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୂଖ୍ଯଅତିଥି, ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ସହଗୋଷ୍ଠି ଶିକ୍ଷାଧିକାରୀ ରସାନନ୍ଦ ଘଡେଇ, ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ଖଲିକୋଟ ଡାଇଟ ଶିକ୍ଷକ ପ୍ରଶିକ୍ଷିକା ନିବେଦିତା ପାଢୀ, ଏବିଇଓ ବିଶ୍ରବା ପାଇକ, କାଉନସିଲର ଜ୍ଯୋତ୍ସ୍ନା ଜେନା, ବ୍ଲକ ଏନପିଏସ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୌଡ, ବ୍ଲକ ମିଳିତ ଶିକ୍ଷକ ସଂଘ ସଭାପତି ଇ. ଗଣେଶ ପାତ୍ର, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗୌରଚନ୍ଦ୍ର ପଟ୍ଟନାୟକ, ସିଆରସିସି ଅନିଲ କୁମାର ଦାସ, ସୁବ୍ରତ କୁମାର ପଣ୍ଡା, ରବିନ୍ଦ୍ର ବେହେରା, ମେନସନ ପ୍ରଧାନ, ଗୋଷ୍ଠୀ ସମ୍ଭଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ନରସିଂହ ପାଠୀ, ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ସହରର ବହୁ ଗଣ୍ଯମାନ୍ଯ ବ୍ଯକ୍ତିଙ୍କୁ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରୀ ଛାତ୍ର ମାନଙ୍କୁ  ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ଭାଗ୍ଯଲକ୍ଷ୍ମୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ