ମଧୁମେହ ଓ ଥାଇରଏଡ଼ ସଚେତନତା ପଦଯାତ୍ରା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ବ୍ରହ୍ମପୁର ଡାଏବେଟିସ ଏବଂ ଏର୍ଣ୍ଡେକେୟାର କ୍ଲିନିକ ଓ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଏକାଡେମୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଛତ୍ରପୁରଠାରେ ଏକ ମଧୁମେହ ଓ ଥାଇରଏଡ଼ ସଚେତନତା ପଦଯାତ୍ରା ମଧୁମେହ ଓ ଥାଇରଏଡ଼ ବିଶେଷଜ୍ଞ ଡା.ସୁନିଲ କୁମାର କୋଟାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସମ୍ମାନୀୟ ଅତିଥୀ ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର କୁମାର ଦାସ, ୟୁଥ ମାସ ସେବା ସଂଘର ସଂପାଦକ ସୟଦ ମୁକ୍ତାର, ଶଙ୍କର ନେତ୍ରାଳୟର ଉପଦେଷ୍ଟା ତଥା ଆଇନଜୀବୀ ବି.ଶ୍ରୀନିବାସ, ପୁର୍ବତନ ସାଂସଦ ପ୍ରତିନିଧୀ ଆୟୁବ ଖାନ , ଛତ୍ରପୁର ବ୍ଲକ ମିଳିତ ଶିକ୍ଷକ ସଂଘର ସଭାପତି ରବିନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅତିଥି ବୃନ୍ଦ ଏକ ମତରେ ସୁସ୍ଥ ଜୀବନଯାପନ, ଖାଦ୍ୟପେୟ ନିୟନ୍ତ୍ରଣ ଓ ବ୍ୟାୟାମ ଉପରେ ଗୁରୁତ୍ୱାରୋପ କରିଥିଲେ । ପତାକା ଉତୋଳନ ପରେ ସଚେତନତା ପଦଯାତ୍ରା ମହାବିଦ୍ୟାଳୟ ପ୍ରାଙ୍ଗଣରୁ ବାହାରି ଛତ୍ରପୁରର ବିଭିନ୍ନ ସ୍ଥାନ ଦେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟସ୍ଥ ଏକ୍ସଲେଂଟ କ୍ଲିନିକ ନିକଟରେ ସମାପ୍ତ ହୋଇଥିଲା । ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ଓଡ଼ିଶା ସରକାର ଅବସରପ୍ରାପ୍ତ କର୍ମଚାରୀ ସଂଘର ୪୦ ଜଣ ସଦସ୍ୟ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ । ପଦଯାତ୍ରା ସମୟରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ମଧୁମେହ ଓ ଥାଇରଏଡ଼ ଉପରେ ଶିକ୍ଷଣୀୟ ପୁସ୍ତିକା ଯାତାୟତକାରୀଙ୍କୁ ବଂଟନ କରାଯାଇଥିଲା । ଏହାପରେ ଏକ୍ସଲେଂଟ କ୍ଲିନିକ ପ୍ରାଙ୍ଗଣରେ ପ୍ରାୟ ୧୫୦ ଲୋକଙ୍କୁ ମଧୁମେହ, ଥାଇରଏଡ଼, କଲେଷ୍ଟ୍ରୋରଲ, ଜୀବନଶୈଳୀ ଉପରେ ଏକ ଆଲୋଚନା ଚକ୍ର ସହ ସମସ୍ତଙ୍କ ରକ୍ତ ସର୍କରା, ରକ୍ତଚାପ ପରୀକ୍ଷଣ ମାଗଣାରେ ହୋଇଥିଲା । ଶେଷରେ ଜିଲ୍ଲାପାଳ କୁଲାଙ୍ଗେ ଡା.ସୁନିଲ କୋଟାଙ୍କର ଗଂଜାମ ଜିଲ୍ଲା ସାରା ଅନୁଷ୍ଠିତ ହେଉଥିବା ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ