ମଧୁମେହ ଭଲକରେ ଆମ୍ବପତ୍ର

ଖରାଦିନ ଆସିବା ମାତ୍ରେ ଲୋକମାନେ ଆମ୍ବ ଖାଇବା ପାଇଁ ଅପେକ୍ଷା କରି ରହିଥାନ୍ତି । ଖାସ କରି ପାଚିଲା ଆମ୍ବ ଖାଇବା ପାଇଁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି । ତେବେ ଆମ୍ବର ଫାଇଦା ବିଷୟରେ ଆମେ ଆପଣଙ୍କୁ ପୂର୍ବରୁ ଜଣାଇସାରିଛୁ । ଆଜି ଆମେ ଆମ୍ବପତ୍ରରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ ।
୧. ଆମ୍ବରେ ମ୍ୟାଙ୍ଗୋ ଫେରିନ ନାମକ ତତ୍ତ୍ୱ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।
୨. ଯଦି ଆପଣ ମଧୁମେହ ରୋଗର ଶିକାର ହୋଇଛନ୍ତି, ତେବେ ଆମ୍ବପତ୍ର ସାହାଯ୍ୟରେ ଏହାକୁ ଆପଣ ନିୟନ୍ତ୍ରଣରେ ରଖିପାରିବେ । ଗୋଟେ ଚାମଚ ଆମ୍ବର ପତ୍ରର ଚୂର୍ଣ୍ଣକୁ ପାଣି ସହ ପିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀରରେ ଶର୍କରା ସି୍ଥର ନିୟନ୍ତ୍ରଣ ହୋଇ ରହିବ ।୩. ଖରାଦିନେ କୋଷ୍ଠକାଠିନ୍ୟ ଏବଂ ପେଟ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆମ୍ବପତ୍ରକୁ ଗୋଟେ ଗ୍ଲାସ ପାଣିରେ ଫୁଟାଇ ରାତି ସାରା ରଖିଦିଅନ୍ତୁ । ସକାଳ ସମୟରେ ଏହାକୁ ଛାଣି ଖାଲି ପେଟରେ ପିଅନ୍ତୁ । ଏଭଳି କରିବା ଦ୍ୱାରା ପେଟର ଅନେକ ସମସ୍ୟା ଦୂର ହେବ । ୪. ଆମ୍ବପତ୍ରରେ ଥିବା ହାଇପୋଗ୍ଲୋସେମିକ୍ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଯାହାଦ୍ୱାରା ହୃଦ୍ଜନିତ ସମସ୍ୟା ହେବାର ଆଶଙ୍କା କମ୍ ହୋଇଯାଇଥାଏ । ଏଭଳି ପରିସ୍ଥିତିରେ ଆମ୍ବପତ୍ର ଦ୍ୱାରା ତିଆରି ଚା’ ସେବନ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ