ମଧୁରଗଣ୍ଡ ସମବାୟ ସମିତି ଅଚଳ ସମ୍ପର୍କରେ ସମବାୟ ମନ୍ତ୍ରୀଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ମାର୍ଶାଘାଇ ଥାନା ଅନ୍ତର୍ଗତ ମଧୁରଗଣ୍ଡ ଖମାର ଗ୍ରାମର ବିଜୟ ମହାପାତ୍ର ଓ ରମେଶ ଚନ୍ଦ୍ର ନାୟକ ସମବାୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ମଧୁରଗଣ୍ଡ ସେବା ସମବାୟ ସମିତିର ସମ୍ପାଦକ ମୃତ୍ୟୁ ବରଣ କରିବା ପରେ ସମିତି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଏହି ସମିତିର ସମସ୍ତ ସଭ୍ୟ କୃଷିଋଣ,ବୀମା ଅର୍ଥ,ସାର,ବିହନ ପ୍ରଭୃତି ପାଇବାରେ ବିଫଳ ହୋଇଛନ୍ତି । ଏଣୁ ଏହି ସମିତିରେ ତୁରନ୍ତ ନୂତନ ସମ୍ପାଦକ ନିଯୁକ୍ତି ଦିଆଯିବାକୁ ସେମାନେ ସମବାୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ