ମଧୁସୂଦନ ଆଇନ ଗ୍ରନ୍ଥାଗାର ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ ଆଇନ ଗ୍ରନ୍ଥାଗାର ରବିବାର ଉଦାଘାଟିତ ହୋଇଯାଇଛି । ଜିଲା ଓ ଦୌରାଜଜ ଭଗବାନ ପ୍ରଧାନ, ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ଓଡ଼ିଶା ମାନବାଧିକାର ଆୟୁକ୍ତ ଅସୀମ ଅମିତାଭ ଦାସ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଏହି ଗ୍ରାନ୍ଥାଗାରକୁ ମିଳିତ ଭାବେ ଉଦଘାଟନ କରିଥିଲେ । ନବାଗତ ଆଇନଜୀବୀଙ୍କ ପାଇଁ ଏହା ବେଶ ସହାୟକ ହେବ ବୋଲି ସେମାନେ କହିଥିଲେ । ସାମ୍ପ୍ରତିକ ନୂତନ ସଂଶୋଧିତ ଆଇନ ସମ୍ପର୍କରେ ସବିଶେଷ ଜାଣିବା ପାଇଁ ଏହି ଗ୍ରନ୍ଥାଗାର ଏକ ସୁଯୋଗ ହୋଇଛି ବୋଲି ସେମାନେ ମତ ଦେଇଥିଲେ । ଏହି ଉଦଘାଟନୀ ଉତ୍ସବରେ ଓକିଲ ସଂଘର ସଭାପତି ମନୋଜ କୁମାର ନାୟକ ସଭାପତିତ୍ୱ କରିବା ସହ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ବାସୁଦେବ ନାୟକଙ୍କ ସ୍ମୃତିରେ ଏହି ଗ୍ରନ୍ଥାଗାର ସ୍ଥାପନ କରାଯାଇଥିବା ସୂଚନା ଦେଇଥିଲେ । ତାଙ୍କ ପୁତ୍ର ତ୍ରିଦୀପ ନାୟକ ଓ ଆଇନଜୀବୀ ବିନୋଦ ନାୟକଙ୍କ ପ୍ରଦତ୍ତ ୩.୫ ଲକ୍ଷ ଟଙ୍କା ଓ ବାକି ଆବଶ୍ୟକ ସଂଘର ଅର୍ଥରେ ଏହି ଗ୍ରନ୍ଥାଗାର ପ୍ରତିଷ୍ଠା ହୋଇଛି ବୋଲି ଶ୍ରୀ ନାୟକ କହିଥିଲେ । ଆସୋସିଏସନର ସମ୍ପାଦକ ସମ୍ବିତ ନାୟକ ଏହି ଉତ୍ସବରେ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଂଘର କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ବହୁ ବରିଷ୍ଠ ଆଇନଜୀବୀ ଗ୍ରନ୍ଥାଗାର ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ