ମଧୁ ଚନ୍ଦ୍ରିକାରେ ଚାଲିଛି ଠିକା ସଂସ୍ଥା
ବାଙ୍ଗିରୀପୋଷୀ,(ଶିବ ଶଙ୍କର ମାନ୍ନା):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ ପାଇଁ ଆସୁଥିବା ବେଳେ ଠିକାଦାର ଓ ଯନ୍ତ୍ରୀ ମଧୁ ଚନ୍ଦ୍ରିକା ପାଇଁ ୫ ବର୍ଷ ଯାଉନି ରାସ୍ତା ର ଆୟୁସ।ଏପରିକି ଥରେ ଠିକାଦାର ମାନେ କାର୍ଯ୍ୟ ସାରିଦେଲେ ମରାମତି ପାଇଁ ଏହାର ନିୟମ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସହିତ ଠିକାଦାର ମାନଙ୍କ ମଧୁ ଚନ୍ଦ୍ରିକା ଥିବାରୁ କାର୍ଯ୍ୟର ମେଣ୍ଟେନେସ ଆଉ ହେଉ ନାହିଁ।ଏପରିିକି ପିଡବ୍ଳୁଡି ବିଭାଗ ତରଫରୁ ଆଜକୁ ୩ ବର୍ଷ ପୂର୍ବରୁ ଏମଡିଆର ୪୫ ବାଙ୍ଗିରିପୋଷି ବଜାର ମଧ୍ୟରୁ ଜାତୀୟ ରାଜପଥ ୪୯ କୁ ସଂଯୋଗ କରୁଥିବା ରାସ୍ତା ଯାହାକି ପିଡବ୍ଳୁଡି ବିଭାଗ ତରଫରୁ ନାଁ କରଣ ବାଙ୍ଗିରିପୋଷି – ଶିରର୍ଷା ରାସ୍ତା ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ହୋଇଥିଲା।କିନ୍ତୁ ଏହି ରାସ୍ତା ନିର୍ମାଣ ହେବା ପରେ ବିଭାଗ ତରଫରୁ କେବେ ମେଣ୍ଟେନେସ ହେବା ଦେଖାଯାଇ ନାହିଁ। ରାସ୍ତା ଟି ସଂପୂର୍ଣ୍ଣ ଖରାପ ହୋଇ ଚିପ୍ସ ଉଠିଯିବା ପରେ ବିଭିନ୍ନ ସ୍ଥାନରେ ଖାଲ,ଢିପ ହୋଇ ଯାଇଛି। ସବୁଠାରୁ ପରିତାପର ବିଷୟ ଦ୍ଵାରଶୁଣୀ ବସ୍ତ୍ରାଳୟ ପାଖରେ ନିର୍ମାଣ ହୋଇଥିବା ନୂତନ ପୋଲଟି ଭୁଷୁଡି ଯାଇଥିବା ଦେଖା ଯାଇଛି। ଏପରିିକି ସେହି ସ୍ଥାନରେ ଏକ ମଟର ସାଇକେଲ ଆରୋହୀ ପଡି ଦୁର୍ଘଟଣା ଗ୍ରସ୍ତ ମଧ୍ୟ ହୋଇ ସାରିଲେଣି।ପୋଲଟି ଭୁଷିଡି ପଡିଛି କିନ୍ତୁ ଆରସିସି ପୋଲଟିରେ ଗୋଟିଏ ରୋଡ ଦେଖାଯାଉ ନାହିଁ।କେତେ ଫୁଟରେ ରୋଡ ବନ୍ଧା ଯାଇଛି ତାହା ବିଭାଗୀୟ ଯନ୍ତ୍ରୀ ଙ୍କୁ ଜଣା ବୋଲି ଜନ ସାଧାରଣ କହିଛନ୍ତି।ସେହି ପୋଲଟି ସଂପୂର୍ଣ୍ଣ ଭାବେ ରାସ୍ତାର ଉପର ଅଂଶ ଖାଲ ହୋଇ ଯାଇଥିବା ବେଳେ ଏହା ସଂପୁର୍ଣ୍ଣ ଵାବେ ଭୁଷିଡି ପଡିବ ଏଥିରେ ସନ୍ଦେହ ନାହିଁ।ଏହି ବାଇପାସ୍ ରାସ୍ତା ଟି ବ୍ୟସ୍ତମୟ ଥିବା ବେଳେ ପ୍ରତେକ ଦିନ ଓଭର ଲୋଡ ହୋଇ ବାଲି ଚିପ୍ସ ଟ୍ରକ ଦିନ ରାତି ଚାଲିଥିବା ଦେଖା ଯାଇଛି। ବାରିପଦା ରୁ ସମସ୍ତ ବସ ଏହି ରାସ୍ତା ଦେଇ ଯାତାୟାତ ମଧ୍ୟ କରୁଛି।ଏ ବାବଦରେ ସାମ୍ବାଦିକ ପ୍ରଶାନ୍ତ କୁମାର ଦାଶ ପଟ୍ଟନାୟକ ରାଇରଙ୍ଗପୁର ପିଡଵ୍ୟୁଡି ବିଭାଗର ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁ ସହିତ ଯୋଗାଯୋଗ କରିବା ପରେ ଜଣଙ୍କୁ ପଠାଇ ଭୁଷୁଡି ପଡିଥିବା ସ୍ଥାନରେ ଖାଲି ବାଲିବସ୍ଥା ଦେଇ ତାଙ୍କ କାର୍ଯ୍ୟ ସାରି ଦେଇଛନ୍ତି।ତାଙ୍କୁ ଜନ ସାଧାରଣ ଏ ବାବଦରେ ଆଜକୁ ୧ ମାସ ହେବ ପୋଲ ଭୁଶୁଡି ପଡିବ ଏହା ମରାମତି କରନ୍ତୁ ବୋଲି ଜଣାଇଥିଲେ ମଧ୍ୟ ସେ ଏହା ଶୁଣି ଚୁପ୍ ହୋଇ ରହିଥିଲେ।ଫଳରେ ଏ ଅବସ୍ଥା ହେଲା ବୋଲି ଜନ ସାଧାରଣ କହିଛନ୍ତି।ତାଙ୍କୁ ଜଣା ନାହିଁ ଭାରି ଯାନ ଏ ରାସ୍ତା ରେ ଦିନ ରାତି କେମିତି ଚାଲିଛି ତାହା ପୋଲଟି ଆଗକୁ ସଂପୂର୍ଣ୍ଣ ଭୁଶୁଡ଼ି ପଡିବ।ଏ ବାବଦରେ ରାଇରଙ୍ଗପୁର ଅଧିକ୍ଷଣ ଯନ୍ତ୍ରୀ କୁହନ୍ତି ମୋର ବଦଳି ହୋଇ ଯାଇଛି ସେଥିପାଇଁ ବାରିପଦା ପିଡବ୍ଳୁଡି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରହନ କୁମାର ଦାୟିତ୍ଵ ରେ ରହିଛନ୍ତି ମୁଁ ଏ ବାବଦରେ ତାଙ୍କୁ ଅବଗତ କରିଦେବି। କିନ୍ତୁ କୋଟି କୋଟି ଟଙ୍କାର ରାସ୍ତା କାର୍ଯ୍ୟ ନିର୍ମାଣ ହେଉଥିବା ବେଳେ ଯନ୍ତ୍ରୀ ମାନେ କେହି ରହୁ ନ ଥିବାରୁ ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୋଲଟି ଭୁଷିଡି ଯାଇଥିବା ବେଳେ ଏହା ନୂତନ ଆରସିସି ପୋଲ ନିର୍ମାଣ ସହିତ ରାସ୍ତା ର ମରାମତି କାର୍ଯ୍ୟ ଆଗକୁ ନ ହେଲେ ଖୁବଶିଘ୍ର ରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀ ଲକ୍ଷ୍ମୀକାନ୍ତ ଦାସ,ମନୋଜ କୁମାର ଦତ୍ତ,ଜହର ସତପଥି,ଅଭି ଦେହୁରୀ ,ବିନୟ ଗିରି,ନର ହରି ନାଏକ ସହିତ ବହୁ ଗ୍ରାମବାସୀ କହିଛନ୍ତି।