ମଧୁ ବାବୁଙ୍କୁ ଭାରତରତ୍ନ ଦାବିରେ କୋର୍ଟରେ ଦସ୍ତଖତ ସଂଗହ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାର ପ୍ରଥମ ଆଇନଜୀବୀ, ବାରିଷ୍ଠର ତଥା ଓଡ଼ିଶାର ର୍ନିମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମହାପ୍ରୟାଣ ଦିବସ ଭୁବନେଶ୍ୱର କୋର୍ଟ ପରିସରରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପାଳନ ହୋଇଯାଇଛି । ଏହି ଅବସରରେ ମଧୁ ବାବୁଙ୍କୁ ମରଣୋତର ଭାରତରତ୍ନ ଦାବିରେ ଦସ୍ତଖତ ସଂଗ୍ରହ କରାଯାଇଥିଲା । ଏଥିରେ ଜିଲ୍ଲା ଜର୍ଜ ରାମ ଶଙ୍କର ହୋତା, ସ୍ୱତନ୍ତ୍ର ଭିଜିଲାନ୍ସ ଜର୍ଜ ସତ୍ୟ ଷଡ଼ଙ୍ଗୀ, ଏସ୍ଡିଜିଏମ୍ ଆଲୋକ ପଣ୍ଡା ଯୋଗଦେଇ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏପରି ଦାବିକୁ ସମର୍ଥନ କରି ଉତ୍ସାହିତ କରିଥିଲେ । ଏଥିରେ ସଂଘର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜ୍ କିଶୋର ଦାସ, ସଂଘଠନ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଅରୂପ ଚାନ୍ଦ, ପ୍ରମୋଦ ପଟ୍ଟନାୟକ, ଜିୱାଲ ହକ୍, ସଂଘର କାର୍ଯ୍ୟକାରୀ କମିଟି ସଦସ୍ୟ ସମେତ ଦସ୍ତଖତ ସଂଗ୍ରହ ଅଭିଯାନର ଆବାହକ ଲିଙ୍ଗରାଜ ସାହୁ ଓ ବହୁ ବରିଷ୍ଠ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ । ପ୍ରକାଶ ଥାଉକି, ମଧୁବାବୁଙ୍କୁ ଭାରତରତ୍ନ ଦାବିରେ ୭ଟି ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି ।


