ମଧୁ ବାବୁଙ୍କୁ ଭାରତରତ୍ନ ଦାବି, ତିରୂପତିରେ ଓଡ଼ିଆଙ୍କ ଦସ୍ତଖତ ଅଭିଯାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ଦାବି ଯୋର ଧରିଛି । ଏନେଇ ଆନ୍ଧ୍ରପ୍ରଦେଶର ତିରୂପତିରେ ଦସ୍ତଖତ ସଂଗ୍ରହ କରାଯାଇଛି । ମଧୁବାବୁଙ୍କ ପ୍ରଥମ କର୍ମକ୍ଷେତ୍ର କୋଳକତାରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନ ପରେ ଆଣ୍ଡାମାନ, ଚେନେଇ, ପଞ୍ଜାବ, ଉତରପ୍ରଦେଶ, ଉତରାଖଣ୍ଡ, ବାଙ୍ଗାଲୁର ସମେତ ୮ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଏହି ଅଭିଯାନ କରାଯାଉଛି । ଏବେ ତିରୂପତିରେ ଏହି ଅଭିଯାନ ସଫଳ ହୋଇଛି । ଅଲ ଲୟର୍ସ ଗୃପ୍ର ଆବାହାକ ଆଇନଜୀବୀ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୁଷ୍ମନ୍ତ ଦାସ, ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ଶତାଧୀକ ଲୋକ ସାମିଲ ହୋଇଥିଲେ ।


