ମଧୂପଲ୍ଲୀ ରେ ବିଜେଡିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ମଧୂପଲ୍ଲୀ ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ସହ କର୍ମୀ ସମ୍ମିଳନୀ ଡିସେମ୍ବର ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଅତିଥିଭାବେ ଯୋଗଦେଇଥିଲେ। ପୋଲସରା ବ୍ଲକ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମଧୂପଲ୍ଲୀ ଗ୍ରାମର ବିଜେପି ନେତା ନୀଳାଞ୍ଚଳ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ଶହରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଓ ସମର୍ଥକ ପରିବାର ବିଜେପି ପରିତ୍ୟାଗ କରି ବିଧାୟକ ଶ୍ରୀ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଶ୍ରୀ ଖୁଣ୍ଟିଆଙ୍କ ସମେତ ଜ୍ୟୋତ୍ସ୍ନା ବଢ଼େଇ, ଫକୀର ସାହୁ, ଯୁଧିଷ୍ଠିର ପ୍ରଧାନ, ତୋଫାନ ପୋଲାଇ, ଦଶରଥ ବେହେରା, ଅଭିମନ୍ୟୁ ବାରିକ, ପ୍ରହଲ୍ଲାଦ ଖଟେଇ, ରବୀନ୍ଦ୍ର ଗୌଡ଼, ସୁଶାନ୍ତ ସାହୁ, ମହେଶ୍ବର ପଣ୍ଡା ଙ୍କ ସମେତ ସମସ୍ତ ବ୍ୟକ୍ତିଙ୍କୁ ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟ ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ଗ୍ରହଣ କରାଯିବା ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରାଙ୍କ ସମେତ ବହୁ ଲୋକପ୍ରତିନିଧି ଏବଂ ବିଜେଡି କର୍ମକର୍ତ୍ତା ଓ ସକ୍ରିୟ କର୍ମୀ ଯୋଗ ଦେଇଥିଲେ।