ମଧ୍ଯ।ହ୍ନ ଭୋଜନ ଓ ଷ୍ଟାଇପେଣ୍ଟ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ !

 ମୋହନା, (ଅଂଶୁମାନ ପଣ୍ଡା) : କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଦେଇଥିବା ଷ୍ଟାଇପେଣ୍ଟ ଟଙ୍କା , ମଧ୍ୟାହ୍ମ ଭୋଜନ , ବିଦ୍ୟାଳୟ ଓ ହଷ୍ଟେଲର ଉନ୍ନତିକରଣ ନିମନ୍ତେ    ମିଳିଥିବା ଅର୍ଥକୁ ସ୍ଥାନୀୟ ବ୍ଳକ ଅନ୍ତର୍ଗତ କେଶରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମାକାନ୍ତ ନାୟକ ଓ ଅନ୍ୟ କିଛି ଅଧିକାରୀ ବିଭିନ୍ନ କୌଶଳ ଅବଲମ୍ବନ କରି ବାଟମାରଣା କରିଥିବା ଗ୍ରାମବାସୀ ଓ ଅଭିଭାବକମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଯାହାଫଳରେ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ୱନାଥ ଭୂୟାଁ, ଏ ବିଓ କୁନା ପାତ୍ର ଓ ସିଆରସିସି ସୁଧିର କୁମାର ମହାପାତ୍ର ବିଦ୍ୟାଳୟକୁ ଯାଇ ଶ୍ରୀ ନାୟକଙ୍କ ଉପସ୍ଥିତିରେ ସମସ୍ତ ନଥିପତ୍ର ଯାଞ୍ଚ କରିଥିଲେ। ତଦନ୍ତରେ ପିଲାଙ୍କ ଉଦ୍ଦେଶ୍ଯରେ ପ୍ରଶାସନ ଦେଇଥିବା ଅର୍ଥ ପ୍ରାୟ ୭ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଜଣାପଡିଥିଲା। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଶିକ୍ଷାଧିକାରୀ ଚିଠି ନଂ-୭୧୫୧ ତାରିଖ -୧୫/୧୨/୨୧ ଅନୁସାରେ କେଶରା ବିଦ୍ୟାଳୟର ପୂର୍ବତନ  ପ୍ରଧାନ ଶିକ୍ଷକ ଶ୍ରୀ ନାୟକ (ବର୍ତ୍ତମାନ ଗୁଲୁବା ବିଦ୍ୟାଳୟରେ କାର୍ଯ୍ୟରତ )ଙ୍କୁ 6ଗାଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ