ମଧ୍ୟାନ ଭୋଜନ ଯାଞ୍ଚ କଲେ ସରପଞ୍ଚ
ଗଞ୍ଜମ, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚୟତର ସାତୁଳି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ ପରିଦର୍ଶନରେ ଯାଇ ମଧ୍ୟାନ ଭୋଜନ ଯାଞ୍ଚ କରିବା ସହ ବିଦ୍ୟାର୍ଥୀଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଛନ୍ତି ସନ୍ତୋଷପୁର ଗ୍ରାଁମ ପଂଚାୟତର ସରପଞ୍ଚ ଡି.ସନ୍ତୋଷ କୁମାର ରେଡି । ଆଜି ହଠାତ ସ୍କୁଲ ଯାଇ ସିଧାସଳଖ ମଧ୍ୟାନ ଭୋଜନ ରନ୍ଧା ଯାଉଥିବା ରୋଷେଇ ସାଲକୁ ଯିବାସହ ତଦାରଖ କରିଥିଲେ । ପରେ ବିଦ୍ୟାର୍ଥୀ ଙ୍କ ସହ ମିଶି ଭୋଜନ କରି ଖାଦ୍ୟର ମାନ ଯାଞ୍ଚ କରିଥିଲେ । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସରପଞ୍ଚଙ୍କ ଏପରି କାର୍ଯ୍ୟ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।