ମଧ୍ୟାହ୍ନ ଭୋଜନ ଏସଏଚଜି ସଂଘ ଗଠିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଶନିମନ୍ଦିର ପରିସରରେ ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ବ ନେଇଥିବା ଏସଏଚଜି ସଦସ୍ୟ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତିକ୍ରମେ ସଭାନେତ୍ରୀ ଭାବେ ନମିତା ଭାରତୀ, ସମ୍ପାଦିକା ଭାବେ ସରୋଜିନୀ ବୋଇତାଇ ଓ କୋଷାଧ୍ୟକ୍ଷ ଭାବେ ଉମାମଣି ସାହୁଙ୍କୁ ମନୋନୀତ କରାଯାଇଛି। ବର୍ତ୍ତମାନ ପ୍ରାୟ ୨୦ଗୋଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଏସଏଚଜି ଗ୍ରୁପ ନେଇଥିବା ବେଳେ ସେମାନଙ୍କ ତରଫରୁ ଏମଡିଏମ ସଂଘ ଗଠନ କରାଯାଇଛି। ଉପସ୍ଥିତ ସଭ୍ୟାଙ୍କ ମତାମତ ଅନୁଯାୟୀ ନୂତନ କମିଟିର ନାମ ବାବା ଶନିଦେବ ଏମଡିଏମ ସଂଘ ରଖାଯାଇଛି। ଆୟୋଜିତ ବୈଠକରେ ମନ୍ଦାକିନି ସାମଲ, ବନିତା ଦାସ, ଅନୁସୟା ସାହୁ, ଆରତୀ ସାମଲ, ରଞ୍ଜୁଵାଳା ଦାସ ମହାପାତ୍ର, କୁଞ୍ଜଲତା ସାହୁ, ଝୁନୁଲତା ବଳଙ୍କ ସମେତ ୧୭ଗୋଟି ଏସଏଚଜି ଗ୍ରୁପର ପ୍ରମୁଖ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ