ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ଅନିୟମିତତା

ହାଟଡିହିି, (ବିକାଶ ବିଶ୍ୱାଳ):ସରକାର ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ ଚଳାଇବା ପାଇଁ ବିଦ୍ୟାଳୟ ମାନଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇ ଦେଉଛନ୍ତି । କିନ୍ତୁ ହାଟଡିହି ବ୍ଲକରେ ଏହି ଚାଉଳ ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥବବା ଅଭିଯୋଗ ହେଉଛି । ଏହି ଚାଉଳ ଯୋଗାଇବା ବେଳେ ଚାଉଳ ପ୍ୟାକେଟକୁ ଓଜନ କରି ଦେବାର ନିୟମ ଥିବାବେଳେ ଯୋଗାଣକାରୀ ସଂସ୍ଥା ସେପରି ନକରି ଚାଉଳ ପ୍ୟାକେଟ ପକାଇ ପ୍ରଧାନଶିକ୍ଷକ କିମ୍ବା ପ୍ରଧାନଶିକ୍ଷୟତ୍ରୀଙ୍କ ନିକଟରୁ ଦସ୍ତଖତ ଧରି ପଳାଇ ଆସୁଛି । ୫୦କିଲୋର ପ୍ୟାକେଟ ଯୋଗାଇ ଦେଉଥିବା ଯୋଗାଣକାରୀ ସଂସ୍ତା କହୁଥିବାବେଳେ ବାସ୍ତବରେ ୫୦କିଲୋ ନରହି କେଉଁ ପ୍ୟାକେଟରେ ୪୭କିଲୋ ତ ଆଉ କେଉଁ ପ୍ୟାକେଟରେ ୪୬ କିଲୋ ରହୁଛି ବୋଲି କିଛି ଶିକ୍ଷକ ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି । ସେମାନେ ଆମକୁ ଓଜନ କରି ଦେଉନ କାହିଁକି ବୋଲି ପଚାରୁ ଥିଲେବି ଚାଉଳ ଯୋଗାଉଥିବା ସଂସ୍ଥାର ପିଳାମାନେ ଓଜନ ମେସିନି ଖରାପ ବୋଲି କହି ଏଡାଇ ଯାଉଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଭିଯୋଗ କରିଚନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ ଏପରି ଅଭିଯୋଗ ପାଇଛନ୍ତି, ଘଟଣାର ତଦନ୍ତ କରି ଆାବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ