ମଧ୍ୟାହ୍ନ ଭୋଜନ ଶୁଖିଲା ଖାଦ୍ୟ ପାଇଁ ଟୋକନ ବଣ୍ଟନ ଆରମ୍ଭ
ଛତ୍ରପୁର : ବ୍ଲକ୍ ର ୧୮ ଟି ପଂଚାୟତରେ ରହିଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ଶୁଖିଲା ଖାଦ୍ୟ ପାଇଁ ଟୋକନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଟୋକନ ବଣ୍ଟନ କାର୍ଯ୍ୟକ୍ରମରେ ଶିକ୍ଷକ ମାନେ ସମ୍ପୃକ୍ତ ସ୍କୁଲ ଗୁଡିକରେ ପାଠ ପଢ଼ୁଥିବା ପିଲାମାନଙ୍କର ଅଭିଭାବକ ମାନଙ୍କ ଘରକୁ ଯାଇ ଟୋକନ ପ୍ରଦାନ କରୁଥିବା ଛତ୍ରପୁର ବିଇଓ ଅବିନାଶ ଶତପଥି ସୂଚନା ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରଥମରୁ ପଞ୍ଚମ ଯାଏଁ ମାସକୁ ୩କିଲୋଗ୍ରାମ ଅନୁସାରେ ତିନି ମାସର ୯ କିଲୋଗ୍ରାମ ଏବଂ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ମାସକୁ ୪.୫କିଲୋଗ୍ରାମ ଅନୁସାରେ ସମୁଦାୟ ୧୩.୫କିଲୋଗ୍ରାମ ଚାଉଳ ବଣ୍ଟନ ନିମନ୍ତେ ଏହି ଟୋକନ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି। ଏହି ଟୋକନ ଦେଖାଇ ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟରୁ ଅଭିଭାବକ ମାନେ ଚାଉଳ ନେଇପାରିବେ ବୋଲି ଜଣାଯାଇଛି। ଛତ୍ରପୁର ବ୍ଲକ ର ୧୩୬ବିଦ୍ୟାଳୟରେ ୧୫ହଜାରରୁ ଅଧିକ ଛାତ୍ର ଛାତ୍ରୀ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ସରକାରୀ ସ୍କୁଲ ରେ ପାଠ ପଢ଼ୁଥିବା ଜଣାପଡିଛି l


