ମନମୁଖୀ ଭଙ୍ଗାଯିବାକୁ ନେଇ ସେବାୟତ-କମିଟି ମୁହାଁମୁହିିଁ
ବ୍ରହ୍ମପୁର, (ଅନିଲ ମହାରଣା): ଦୀର୍ଘ ବର୍ଷ ପରେ ପୁଣି ଗଞ୍ଜାମର ପବିତ୍ର ଶକ୍ତି ପୀଠ ଭୈରବୀ ପୀଠରେ ପରିଚାଳନା କମିଟି ପକ୍ଷରୁ ମନମୁଖି ଭଙ୍ଗାକୁ ସେବାୟତ, ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ପରିଚାଳନା କମିଟି ସହ ମୁହାମୁହିଁ ଅବସ୍ଥାରେ ପହଞ୍ଚିଥିବା ସୂଚନା ମିଳିଛି । କରୋନା ମହାମାରୀ ନେଇ ସରକାର ତଥା ଜିଲ୍ଲାପ୍ରଶାସନ ପକ୍ଷରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ କେବଳ ନୀତିକାନ୍ତିରେ ମାଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଅଚାନକ ଜିଲ୍ଲାପ୍ରଶାସନ କିମ୍ବା ଦେବୋତ୍ତର ବିଭାଗ କୌଣସି ନିର୍ଦ୍ଧେଶ ବିନା ମନ୍ଦିର କମିଟି କୁହାଯାଉଥିବା କେତେକ ବ୍ୟକ୍ତି ମନ୍ଦିର ପରିସର ସ୍ଥିତ ଭୋଜନ ମଣ୍ଡପ ସହ ଅନ୍ୟ କିଛି ଯାଗାକୁ ମନଇଛା ଭାଙ୍ଗିଦେଇଥିବା ନେଇ ମନ୍ଦିର ସେବାୟତ ଓ ଉକ୍ତ ଅଞ୍ଚଳ ବାସୀ ଦୃଢ଼ ବିରୋଧ କରିଛନ୍ତି । ଏପରିକି ସେବାୟତଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉନଥିବା ଅଭିଯୋଗ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଥିବା ବେଳେ ଆଜି କିଛି ଗଣମାଧ୍ୟମ ପ୍ରତିନିଧି ମନ୍ଦିର ଭିତରକୁ ଯିବାପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ବି ଛଡ଼ାଯାଇନଥିବା ଅଭିଯୋଗ ହୋଇଛି । ଏ ନେଇ ତହସିଲ ଦାର ଓ ପୋଲସ୍ ସୂଚନା ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି ହୋଇଛି ।


