ଦର୍ଶକଙ୍କ ମନମୋହିଲା ଚାଇନା ନୃତ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଖ୍ରୀଷ୍ଟମାସର ପ୍ରଥମ ପର୍ବ କାଣ୍ଟା ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ପାରଳାଖେମୁଣ୍ଡି ହାଇଟେକ୍ ପ୍ଲାଜାରେ ଆଜି ସନ୍ଧ୍ୟାରେ ରଙ୍ଗାରଙ୍ଗ ସମାବେଶ କାଣ୍ଟା ଉତ୍ସବ ଅତି ଆନନ୍ଦର ସହକାରେ ନୃତ୍ୟ ଓ ଗିତର ତାଳେତାଳେ ପାଳନ କରାଯାଇଛି । ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡଃ.ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖ୍ରୀଷ୍ଟିଆନ ଭାଇ ଭଉଣି ମାଲଙ୍କୁ ସୁଭେତ୍ସା ଓ ଅଭିନନ୍ଦନ ଜଣାଇବାସହ କାଣ୍ଟା ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ଚାଇନା ନୃତ୍ୟ ଦର୍ସକଙ୍କ ମନକୁ ମୋହି ନେଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସୁଧାକର ରଇତ,ନିବେଦିତା ଦେବୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ ଏବଂ ହାଟେକର ସୁର୍ଯ୍ୟ ନାରାୟଣ ପାତ୍ର,କୃଣ୍ଣ କୁମାର ବେହେରା କାର୍ଯ୍ୟକ୍ରମକୁ କରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ୧ହଜାରରୁ ଉର୍ଦ୍ଧ ଖ୍ରୀଷ୍ଟଧର୍ମାବଲମ୍ବି ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ