ମନରେଗାରେ ଦୁର୍ନୀତି ତଦନ୍ତ ଦାବି କଲା ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟ

ନାଉଗାଁ, (ଓ୍ବାଇଏନ୍ଏସ୍) : ବ୍ଳକରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ନିରପେକ୍ଷ ତଦନ୍ତ ସହ ସଂପୃକ୍ତ ଦୁର୍ନିୀତଖୋର ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଦାବି କରି ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ ବିଡିଓଙ୍କୁ ଏକ ଦାବିପତ୍ର ଶୁକ୍ରବାର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରକୁ ଏବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ ଗ୍ରହଣ କରିଛନ୍ତି । ଅଭିଯୋଗ ମୁତାବକ ନାଉଗାଁ ବ୍ଲକର ଘୋଡାଂଶ ଓ ଜାମୁଗାଁ ପଂଚାୟତରେ ମନରରେଗା କାର୍ଯ୍ୟ କରାଯାଇଛି । ଉକ୍ତ କାର୍ଯ୍ୟ ଶ୍ରମିକଙ୍କ ବଦଳରେ ମେସିନ ସାହାର୍ଯ୍ୟରେ କରାଯାଇଛି । ଏହାକୁ ତଦନ୍ତ କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକ, ଜିଲ୍ଲା ସଂଯୋଜକ ପ୍ରତାପ କୁମାର ମଲ୍ଲିକ, ନନ୍ଦନ ଭୋଇ, ସୁନିଲ ମଲ୍ଲିକ ପ୍ରମୁଖଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ