ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ଲକ ସ୍ତରୀୟ ଶୁଣାଣୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ଲକ ସ୍ତରୀୟ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ଶୁଭଦର୍ଶନ ମିଶ୍ର, ଅତିରିକ୍ତ ଜିଲା ପ୍ରକଳ୍ପ ନିର୍ଦ୍ଦେଶିକା(ପ୍ରଶାସନିକ) କୁଶଲ ନାୟକ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ ଯୋଗ ଦେଇଥିଲେ । ଏହି ଅବସରରେ ବ୍ଲକ ସ୍ତରରେ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସଂପର୍କୀତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯିବା ସହ ଶୁଣାଣୀ କରାଯାଇଥିଲା । ଏଥିରେ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।


