ମନରେଗା କାର୍ଯ୍ୟ ଜେସିବିରେ ହେଉଥିବା ଅଭିଯୋଗ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୁରୁଷୋତ୍ତମପୁର ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ଯୋଗାଣ ଯୋଜନାରେ କାମ ଜବକାର୍ଡଧାରୀଙ୍କ ବଦଳରେ ଜେସିବିରେ ହେଉଥିବା ସଂପୃକ୍ତ ପଂଚାୟତର ସମିତିସଭ୍ୟା କାଂଚନବାଳା ଲେଙ୍କା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ଯୋଗାଣ ଯୋଜନା(ଏମ.ଜି.ଏନ.ଆର.ଇ.ଜି.ଏସ.)ରେସେହି ପଂଚାୟତରେ ପାର୍କ,ପୋଖରୀ,ଖେଳପଡିଆ ଓ ପୋଖରୀ ପ୍ରଭୃତି ପ୍ରକଳ୍ପର କାର୍ଯ୍ୟ ଜବକାର୍ଡଧାରୀଙ୍କ ବଦଳରେ ଜେସିବି ମେସିନ ଓ ଟ୍ରାକ୍ଟରରେ କରାଯାଉଛି । ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀ ସମସ୍ତ ସରକାରୀ ନୀତି ନିୟମକୁ ବଳିଦେଇ ରାତିରେ ଏହିସବୁ ପ୍ରକଳ୍ପର କାର୍ଯ୍ୟ ଜେସିବି ମେସିନ ଓ ଟ୍ରାକ୍ଟର ଯୋଗେ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏତଦବ୍ୟତିତ ବର୍ତ୍ତମାନ କରୋନା ଜନିତ ବିଭିନ୍ନ କାର୍ଯ୍ୟ ମଧ୍ୟ ସରକାରୀ ନୀତିନିୟମକୁ ଅଣଦେଖାକରି କରାଯାଉଥିବା ସମିତିସଭ୍ୟା ଶ୍ରୀମତୀ ଲେଙ୍କା ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଶ୍ରୀମତୀ ଲେଙ୍କା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ