ମନରେଗା ପ୍ରକଳ୍ପରେ ଦୁର୍ନୀତି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ୨ଟି ପ୍ରକଳ୍ପ କାର୍ଯ୍ୟରେ ଦୁର୍ନୀତି ହୋଇଥିବାରୁ ସେଥିରେ ସଂପୃକ୍ତ ଗରଦପୁର ବ୍ଲକର ତତ୍କାଳୀନ ସହକାରୀ ଯନ୍ତ୍ରୀ ଅଧୁନା ସମଲ ବ୍ୟାରେଜର ଅଧିକ୍ଷଣ ଯନ୍ତ୍ରୀ ସୁଧିର କୁମାର ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ. ବିନୟଲକ୍ଷ୍ମୀ ମଲିକ ଓ ତତ୍କାଳୀନ ସରପଞ୍ଚ ଅରୁଣ କୁମାର ନାୟକଙ୍କ ଠାରୁ ୩ଲକ୍ଷ ୭୦ହଜାର ୮୦୫ଟଙ୍କା ରିକଭରି କରାଯିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଓଡିଶା ଲୋକାୟୁକ୍ତ କେଶ ନମ୍ବର ଏଲୱାଇ -୪୦୧/୨୦୨୦ରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ସତ୍ୟାନନ୍ଦ ନାୟକ ନାମକ ବ୍ୟକ୍ତି ଲୋକାୟୁକ୍ତଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତ ଅଧିନ ସାନବେତରା ଗ୍ରାମର ବାଲିଗରଡା ଖେଳପଡିଆର ଉନ୍ନତିକରଣ ଏବଂ ମଧୁଶାସନ ଗ୍ରାମର ବାଲିକୁଦା(ଛେତ୍ରା)ଖେଳପଡିଆର ଉନ୍ନତିକରଣ କାର୍ଯ୍ୟରେ ଦୁର୍ନୀତି, ଅନିୟମିତତା ଓ ବେଆଇନ କାର୍ଯ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଗରଦପୁର ବିଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କ ଠାରୁ କୈାଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ତଦନ୍ତ ନିର୍ଦେଶକ ଏସମ୍ପର୍କରେ ତଦନ୍ତ କରି ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ । ସେହି ରିପୋର୍ଟ ଅନୁଯାଇ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟା ନ୍ୱୟନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିୟମାବଳୀକୁ ଅନୁପାଳନ କରାଯାଇନଥିବା ବେଳେ ସରକାରଙ୍କ ସ୍ପେସିଫିକେସନ ଅଫ୍ ଆର୍ଥ ଓା୍ୱର୍କ ନୀୟମକୁ ପାଳନ କରିନଥିବା ଉଲ୍ଲେଖ କରିଛନ୍ତି । ଏଥିସହିତ ସରକାରୀ ନିୟମ ବହିର୍ଭୁତ କାର୍ଯ୍ୟ କରିଥିବା ଓ ସରକାରୀ ନିୟମକୁ ଅନୁପାଳନ କରିନଥିବା ବେଳେ ଉଭୟ ଖେଳପଡିଆରେ ମାଟି ଫିଲିଂ କରିଥିବାର କୈାଣସି ପ୍ରମାଣ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ତଦନ୍ତକାରୀ ଅଧିକାରୀଙ୍କୁ ଗରଦପୁର ବ୍ଲକ ପକ୍ଷରୁ ଦର୍ଶାଯାଇପାରିନଥିଲା । ତେଣୁ ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ବାଲିଗରଡା ଖେଳପଡିଆ ପ୍ରକଳ୍ପରୁ ୧ଲକ୍ଷ ୮୯ହଜାର ୩୯୫ଟଙ୍କା ଓ ମଧୁଶାସନ ଗ୍ରାମର ଛେତ୍ରା ଖେଳପଡି।। ପ୍ରକଳ୍ପରୁ ୧ଲକ୍ଷ ୮୧ହଜାର ୪୧୦ଟଙ୍କାର ମାଟିକାମ କରାଯାଇଥିବା ସମ୍ପର୍କରେ ଏଷ୍ଟିମେଟରେ ଲିପିବଦ୍ଧ ହୋଇଥିବା ତଥ୍ୟ ସନ୍ଦେହ ଜନକ ବୋଲି ତଦନ୍ତକାରୀ ଅଧିକାରୀ ଦର୍ଶାଇଛନ୍ତି । ଉପରୋକ୍ତ ତତ୍କାଳୀନ ସହକାରୀ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ସମେତ କନିଷ୍ଠ ଯନ୍ତ୍ରୀ ସମିର କୁମାର ଓଝା ମଧ୍ୟ ଦାୟୀ । କିନ୍ତୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ଓଝାଙ୍କ ମୃତ୍ୟୁ ହୋଇଯାଇଥିବାରୁ ତାଙ୍କୁ ଏହି ମାମଲାରୁ ବାଦ ଦିଆଯାଇଛି । ବାଲିଗରଡା ଖେଳପଡିଆ ପ୍ରକଳ୍ପରେ ୧ଲକ୍ଷ ୮୯ହଜାର ୩୯୫ଟଙ୍କା ଓ ମଧୁସାସନ(ଛେତ୍ରା) ଖେଳପଡିଆ ପ୍ରକଳ୍ପରେ ୧ଲକ୍ଷ ୮୧ହଜାର ୪୧୦ଟଙ୍କା ଏଭଳି ଉଭୟ ପ୍ରକଳ୍ପରେ ୩ଲକ୍ଷ ୭୦ହଜାର ୮୦୫ଟଙ୍କା ଦୁର୍ନୀତି କରାଯାଇଥିବା ଘଟଣା ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ତର ହୋଇଥିବାରୁ ଗରଦପୁର ବ୍ଲକର ତତ୍କାଳୀନ ସହକାରୀ ଯନ୍ତ୍ରୀ ଅଧୁନା ସମଲ ବ୍ୟାରେଜର ଅଧିକ୍ଷଣ ଯନ୍ତ୍ରୀ ସୁଧିର କୁମାର ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ. ବିନୟଲକ୍ଷ୍ମୀ ମଲିକ ଓ ତତ୍କାଳୀନ ସରପଞ୍ଚ ଅରୁଣ କୁମାର ନାୟକଙ୍କ ଠାରୁ ୩ଲକ୍ଷ ୭୦ହଜାର ୮୦୫ଟଙ୍କା ରିକଭରି କରାଯିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକାୟୁକ୍ତ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ