ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ : କେନାଲ ବନ୍ଧରେ ଖର୍ଚ୍ଚ ହେଉଛି ବ୍ଲକ ଅନୁଦାନ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଗାଁ ନିକଟ ଦେଇ ଯାଇଥିବା ଜଳସେଚନ ବିଭାଗର ,କ କେନାଲ ବନ୍ଧ ଉପରେ ମନରେଗା ଯୋଜନାରେ ବ୍ଲକ ପକ୍ଷରୁ ଲକ୍ଷ ଲକ୍ଷ ଯଙ୍କା ଖର୍ଚ୍ଚ କରାଯାଇ ଲକ୍ଷାଧିକ ଟଙ୍କା ଉଠାଣ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୁର୍ବରୁ ଏହି ପଞ୍ଚାୟତରେ ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନ୍ନୀତି ହୋଇଥିବାବେଳେ ଏହାର ତଦନ୍ତ କରାଯାଇ ସରକାରୀ ବାବୁ ମାନଙ୍କୁ ବଞ୍ଚାଇବା ପାଇଁ ଘଟଣାକୁ ଚପାଇ ଦିଆଯାଇଥିଲା । କିନ୍ତୁ ଏବେବି କିଛି ଅସାଧୁ କର୍ମଚାରୀ ସରକାରୀ ଅନୁଦାନକୁ ଲୁଟିବାପାଇଁ ବିଭିନ୍ନ ପ୍ରକାର ଫନ୍ଦି ଅପଣେଇଛନ୍ତି । ଜଳସେଚନ ବିଭାଗର କେନାଲ ବନ୍ଧରେ ମେସିନି ସାହାଯ୍ୟରେ ମାଟି ପକାଇ ବ୍ଲକ ଅନୁଦାନ ଉଠାଇବାରେ ଲାଗିପଡିିଛନ୍ତି । ୫ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଥିବାବେଳେ ସୁଚନା ଫଳକରେ କେନାଲବନ୍ଧ କାମ ବୋଲି ଉଲେଖ କରାଯାଇ ନାହିଁ । ଜଳସେଚନ ବିଭାଗ ଯେଉଁ ବନ୍ଧ ଉପରେ ଟଙ୍କା ଖର୍ଚ୍ଚ କରିବା କଥା ସେଠାରେ ବ୍ଲକ ଅନୁଦାନ କିପରି ଖର୍ଚ୍ଚ କରାଯାଉଛି ସେନେଇ ବିଭାଗୀୟ ଯନ୍ତ୍ରୀ, ଜିଆରଏସଙ୍କ କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଜଳସେଚନ ବିଭାଗର ଅନୁମତି ଅଣାଯାଇ କାର୍ଯ୍ୟ କରାଯାଉଛି । କିନ୍ତୁ ବିଡିଓ ବିଚିତ୍ର କୁମାର କର କହିଛନ୍ତି ଯେ ଏ ସମ୍ପର୍କରେ ମୁଁ ଜାଣିନାହିଁ, ଏପରି କାର୍ଯ୍ୟ ହେବାକଥା ନୁହଁ, ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ।