ମନରେଗା ଯୋଜନାରେ କାର୍ଯ୍ୟ ପରିଦର୍ଶନ କଲେ ସ୍ୱତନ୍ତ୍ର ନିର୍ଦ୍ଧେଶକ ଏବଂ ପି ଡି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡ଼ିକ ସଫଳ ପ୍ରତିଫଳନ ଓଡିଶା ର ଗ୍ରାମାଞ୍ଚଳ ରେ ଦେଖିବାକୁ ମିଳିଛି। ଆଦର୍ଶପୋଖରୀ ବ୍ୟାୟାମଶାଳା ,ଆଦର୍ଶଗୁହାଳ ଗ୍ରାମ୍ୟପାର୍କ ସ୍ମାର୍ଟ ଶ୍ରେଣୀଗୃହ ଭଳି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସହ ରାଜ୍ୟ ସରକାରଙ୍କ ୫ ଟି ଯୋଜନା ଜରିଆରେ ଲୋକଙ୍କୁ ରୋଜଗାର ସହ ଗ୍ରାମ୍ୟ ଭିତ୍ତିଭୂମି ର ବିକାଶ ହୋଇଛି ଓ ଆଗକୁ ଏହି ଭଳି ଧାରା ଚାଲୁ ରହିବା ସହ ଗ୍ରାମ୍ୟ ଶ୍ରମିକ ଙ୍କୁ ରୋଜଗାର ସହ ବହୁ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରି ହେବ ବୋଲି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗସ୍ତ ରେ ଆସିଥିବା ରାଜ୍ୟ ସରକାରଙ୍କ ମନରେଗା ସ୍ଵତନ୍ତ୍ର ମୂଖ୍ୟ ନିର୍ଦ୍ଧେଶକ ଅରିନ୍ଦମ ଡାକୁଆ ଙ୍କ ପକ୍ଷରୁ ସୂଚନା ମିଳିଛି। ଆଜି ସାନଖେମୁଣ୍ଡିର ଚୁଡଙ୍ଗପୁର ଶିବ ମନ୍ଦିର ଆଦର୍ଶ ପୋଖରୀ ଓ ହାଇସ୍କୁଲ ସ୍ମାର୍ଟକ୍ଲାସ୍ ଗୃହ ଓ ଯିଉରା ଗ୍ରାମ୍ୟ ପାର୍କ ଆଦର୍ଶ ପୋଖରୀ ଆଦି ବୁଲି ଦେଖିଥିଲେ। ନିର୍ଦ୍ଧେଶକ ଙ୍କ ସହ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ସିଦ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ ଜ୍ୟୋତିଶଙ୍କର ରାୟ ବିଡ଼ିଓ ଗାୟତ୍ରୀଦତ୍ତ ନାୟକ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମିଚରଣ ପାତ୍ର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ମହାରଣା ଙ୍କ ସମେତ ବ୍ଲକ୍ ସହକାରୀ ଯନ୍ତ୍ରୀ କୁଞ୍ଜବିହାରୀ ଖାଡଙ୍ଗା କନିଷ୍ଠଯନ୍ତ୍ରୀ ଜି ଆର୍ ଏସ ନିର୍ବାହୀ ଅଧିକାରୀ ନିଗମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।


