ମନରେଗା ଯୋଜନାରେ ପୋଖରୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଲୋକଙ୍କୁ ସ୍ବାବଲମ୍ବୀ କରିବା ସହ ନିର୍ମାଣ ଶ୍ରମିକଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇବାରେ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକ ବହୁବାର ପୁରସ୍କୃତ ହୋଇଛି । ବାସ୍ତବ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଓ ବିଭାଗୀୟ ଯନ୍ତ୍ରୀଙ୍କ ସହ ଗ୍ରାମ ରୋଜଗାର ସେବକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବହୁ ଉନ୍ନୟନ ପ୍ରକଳ୍ପ ନିମ୍ନମାନର ଭାବରେ ନିର୍ମିତ କରାଯାଉଛି । ସଂପୃକ୍ତ ପ୍ରକଳ୍ପ ଗୁଡ଼ିକର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଅକାରଣରେ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନରେ କଳା ଛିଟା ପଡିବା ସହ ବିନା କାରଣରେ ନିନ୍ଦିତ ହେବାକୁ ପଡୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ରାଜ୍ୟ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ଫୁଟିଆପଦର ଗ୍ରାମରେ ଦେଖିବାକୁ ମିଳିଛି । ସଂପୃକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ପ୍ରକାଶ ଯେ, ଶ୍ରମିକ ମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଶ୍ରମିକଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହିଞ୍ଜିଳିକାଟୁ ବ୍ଲକ୍ ଫୁଟିଆପଦର ଗ୍ରାମର ପୋଖରି ପୁନରୁଦ୍ଧାର ସହ ଚର୍ତୁପାଶ୍ୱର୍ରେ ଗାର୍ଡ ଓ୍ବାଲ୍ ନିର୍ମାଣ କରାଯାଉଛି । ହିଞ୍ଜିିକାଟୁ ବ୍ଲକ ପୁଟିଆପଦର ପଞ୍ଚାୟତର ପୁଟିଆପଦର୍ ଗ୍ରାମର ଗଙ୍ଗାଧର ମନ୍ଦିର ନିକଟସ୍ଥ ଆଦର୍ଶ ପୋଖରୀ କାର୍ଯ୍ୟ ରେ ଅନିୟମିତତା ଯୋଗୁଁ ଗାର୍ଡ ୱାଲ ଭୁସୁଡ଼ିପଡ଼ିଛି l ଆଦର୍ଶ ପୋଖରୀ କାର୍ଯ୍ୟ ମହତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ମାଧ୍ୟମରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ମାସ ହେବ କାର୍ଯ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଥୀଲା । ଲଘୁଚାପ ପ୍ରଭାବରେ ଗତ ୨ ଦିନ ଧରି ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ପୋଖରୀ ଚତୁର୍ପାଶ୍ବରୁ ଦୁଈ ପାର୍ଶ୍ୟ ପଥର ଗାର୍ଡୱାଲ ସହ ପାଚେରୀ ଧଷେଇ ପୋତି ହୋଇଯାଇଅଛି। ଏନେଇ ଶନିବାର ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଧଷେଇ ନଷ୍ଟ ହୋଇଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି l ଯଦି ଏହି କର୍ଯ୍ୟ ସମ୍ପୂର୍ଣ୍ଣ ସଠିକ ଭାବରେ ନ ହୁଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜଣାପଡିଛି। ସଂପୃକ୍ତ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଭିଡିଓ ଭାଇରାଲ ହୋଇଛି। ନିର୍ମାଣଧିନ ପୋଖରୀ ଗାର୍ଡ ଓ୍ବାଲରେ ବ୍ୟବହାର ଅନୁପଯୋଗୀ ସିମେଣ୍ଟ ବ୍ୟବହାର କରାଯାଉଛି । ସଂପୃକ୍ତ କାର୍ଯ୍ୟରେ ନିଯୁକ୍ତ ଗ୍ରାମ ରୋଜଗାର ସେବକମାନେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହିତ ମଧୁଚନ୍ଦ୍ରିକା ଚଲାଇ ବହୁ ଅର୍ଥ ବାଟମାରଣା କରୁଥିବା ନେଇ ସ୍ଥାନୀୟ ପଞ୍ଚାୟତର ବହୁ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ଏପରିକି ଜିଆରଏସ ମାନେ ଚଞ୍ଚକତା କରି କମ୍ ପରିମାଣର ସିମେଣ୍ଟରେ ବହୁଳ ପରିମାଣର ବାଲି ଓ ଗୋଡି ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଛି । ଏପରିକି ଜିଆରଏସ ମାନେ ୧୫ ଜଣ ଶ୍ରମିକ ପରିବର୍ତ୍ତେ ୨୫ ରୁ ୩୦ ଜଣ ଶ୍ରମିକ କାର୍ଯ୍ୟରେ ନିୟୋଜିତ ଥିବା ଦର୍ଶାଇ ଅର୍ଥରାଶି ବାଟମାରଣା କରୁଥିବା ବେଳେ ଗ୍ରାମର ବଡବଡିଆଙ୍କ ନାମ ଥିବା ଅଭିଯୋଗ ହୋଇଛି ।ହିଞ୍ଜିଳି ବ୍ଳକରେ ଵହୁ ଗ୍ରାମରେ ମନରେଗା କାର୍ଯ୍ୟରେ ମହା ଦୁର୍ନିତି ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ସରକାରୀ ଅର୍ଥକୁ ବିନିମୟ କରି କରୋନା ଆଳରେ ବିନା ଫଳକରେ କାର୍ଯ୍ୟ ଶେଷ କରି ବିଭାଗୀୟ ଅଧିକାରୀ ନିରବ ରହି ପରୋକ୍ଷରେ ସମର୍ଥନ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି । ଘଟଣା ନେଇ ହିଞ୍ଜିଳି ବ୍ଳକ ଏନ ଆର ଜି ଏସ ବିଭାଗର ଯନ୍ତ୍ରୀ ଇନ୍ଦିରା ଗୌଡ ଙ୍କ ସହ ଯୋଗାଯୋଗ କରିବା ରୁ ଲଗାଣ ବର୍ଷା ଯୋଗୁଁ ଗାର୍ଡ ୱାଲ୍ ଧଷେଇ ଯାଇଛି ପୁଣି ଥରେ ଉନ୍ନତ ମାନର କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କୁ ପଚାରିବାରୁ ସେ କହିଲେ ନୁଆ କାର୍ଯ୍ୟ ଯୋଗୁଁ ଭୁଷୁଡି ପଡିଛି ପୁଣି ଥରେ କାମ କରାଯିବ ଵୋଲି କହିଛନ୍ତି। ପ୍ରାୟ ୧୦ ଲକ୍ଷ ଟଙ୍କାର ଗଙ୍ଗାଧର ମନ୍ଦିର ନିକଟସ୍ଥ ଆଦର୍ଶ ପୋଖରୀ ସୈାନ୍ଦର୍ୟ୍ୟକରଣ ଏକମାସ ନପୁରୁଣୁ କଂକ୍ରିଟ ଢ଼ଳେଇ,ଗାର୍ଡୱାଲ ସହ ପାଚେରୀ ଧଷେଇ ଝଡିଗଲାଣି । ଘଟଣା ପରେ ସ୍ଥାନୀୟ ବ୍ଳକର ବିଭିନ୍ନ ପଞ୍ଚାୟତର ନିର୍ମାଣ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ବାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ସୋଇଛି ।ହିଞ୍ଜିଳି ବ୍ଳକ ମୁଖ୍ୟମନ୍ତ୍ରୀଙ୍କ ନିଜ ଗଡ । ଏହାକୁ କୁଆଡେ ରାଜ୍ୟର ବିକାଶର ପ୍ରୟୋଗଶାଳା କୁହାଯାଏ। ତେବେ ସ୍ଥାୟୀତ୍ବ ନଥିବା କାର୍ୟ୍ୟ ଓ ଆଖିକୁ ସୁନ୍ଦର ଚକଚକିଆ କାମରେ ଚାଲିଛି ମନଇଛା ଲୁଟ। କରୋନା କଟକଣା ଯୋଗୁଁ ଲୋକେ ଘରେ ରହୁଥିବା ବେଳେ, ଲୋକଙ୍କୁ କଟକଣାର ନାଲି ଆଖି ଦେଖାଇ ଖୋଳ ହେଉଛି କୋଟି କୋଟି ଟଙ୍କା। ମହିଳା ସଶକ୍ତିକରଣ ଓ ସ୍ବୟଂ ସହାୟିକା ଗୃଫ ନାମରେ ଗିଳି ଦେଲେଣି କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କା। ଉପରିସ୍ଥ ଅଧିକାରୀଙ୍କୁ ଅନ୍ଧାରରେ ରଖି ସରକାରୀ ବାବୁ,ଯନ୍ତ୍ରୀ, ଠିକାଦାର ଓ ଶାସକ ଦଳର ବୋଲକରା ନେତାଙ୍କ ଅସାଧୁ ମେଣ୍ଟ ବିକାଶ ନାମରେ ଅଧାରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରି ସାରିଲେଣି। ହିଞିଳି ରେ ଖୁଲମଖୁଲା ଲୁଟ ଚାଲିଥିଲେ ମଧ୍ୟ କେହି ପାଟି ଫିଟାଇବାକୁ ସାହାସ କରୁନାହାନ୍ତି। ଖୋଦ ମୁଖ୍ୟମନ୍ତ୍ରୀ ଗଡ଼ରେ ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ହରିଲୁଟ ହେଉଛି। ବିକାଶର ପ୍ରକୃତ ସୁଫଳ ଲୋକ ପାଉନାହାନ୍ତି। ସହରଠାରୁ ଗ୍ରାମ ପଞ୍ଚାୟତ ରେ ସୈାନ୍ଦର୍ୟ୍ୟକରଣ ନିମନ୍ତେ ଟଙ୍କା ପାଣି ଭଳି ଖର୍ଚ କରାଯାଉଛିା କାମ ମହିଳା ଗୃଫ ନାମରେ ହେଉଥିଲେ ମଧ୍ୟ ବିଲ ଉଠାଇଛନ୍ତି ଠିକାଦାର । ଗୃଫ ସଦସ୍ୟାଙ୍କ ଅଗୋଚର ରେ ଅନେକ ଦୁର୍ନୀତି ହେଉଛି। ଧରା ପଡିଲେ କମିଶନ ପ୍ରଦାନ କରାଯାଉଛି। ଏମିତି ବହୁ ଗୃଫ ନାମରେ ହୋଇଛି ଦୁର୍ନୀତି। ଅଫିସର କର୍ମଚାରୀ ଯନ୍ତ୍ରୀଙ୍କ ନାକତଳେ ହେଉଛି ଦୁର୍ନୀତି ଓ ନିମ୍ନମାନର କାମ । ଯୁଆଡେ ଦେଖିଲେ ଦୁର୍ନୀତି ଗନ୍ଧ,ହାତ ମାରିଲେ ଗଳି ପଡ଼ୁଛି କଂକ୍ରିଟ ଛାତ । ଯନ୍ତ୍ରୀ କାମର ମାନ ଯାଞ୍ଚ କରୁଛନ୍ତି ନା ଠିକାଦାରଙ୍କୁ ତାଗିଦ କରୁଛନ୍ତି। ପେଟ୍ରୋଲ ଦର ବଢିଲା ଭଳି ହିଞ୍ଜିଳିରେ ଅଫିସ ପିସି ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ବିକାଶର ଚିତ୍ର ଦେଖାଇ ହେବାକୁ ବଡ଼ ବଡ଼ ଅଧିକାରୀଙ୍କ ସହ ନେତା ମନ୍ତ୍ରୀ ମାନେ ବାରମ୍ବାର ହିଞ୍ଜିଳି ଦେଖିଥିଲେ। କାର୍ଯ୍ୟର ମାନ ତଦାରଖ କରି ରାଜ୍ୟର ମଡେଲ ବନ୍ଧ ହେବବୋଲି କହୁଥିଲେ। ହେଲେ ଯନ୍ତ୍ରୀ ଠିକାଦାର ଭିତିରି କାରସାଦି ବିଷୟରେ କେମିତି ଜାଣି ପାରିଲେ ନାହିଁ? ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରିତାପର ବିଷୟ ହାତମାରିଲାକ୍ଷଣି ଗୁଣ୍ଡ ହୋଇଝଡ଼ିପଡ଼ୁଛି ସିମେଣ୍ଟ ବାଲି ।ହେଲେ ଏଥିପ୍ରତି ନିଘା ନଥିବାଭଳି ଜଣାପଡ଼ୁଛି ।କାରଣ କାମ ଯେତେ ଶୀଘ୍ର ଭାଙ୍ଗିବ ପୁଣି କାମ ହେବ ।ଫଳରେ ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚି ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରା ରେ ଏପରି ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହେଉଛି ।