ମନରେଗା ଯୋଜନା ରେ ଅନିୟମିତତା ଅଭିଯୋଗ
କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜେପି ଦଳ ପକ୍ଷରୁ ମନରେଗା ଯୋଜନା ରେ ବ୍ଲକ ହେଉଥିବା କାମ ନେଇ ବ୍ୟାପକ ଅନିୟମିତତା ଅଭିଯୋଗ କରି ଏକ ଦାବିପତ୍ର ଦେଇଛନ୍ତି | କଲମପୁର ବ୍ଲକ ଠାରେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁଧୀର ପାଟଯୋଶୀ ଓ କଲମପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟଦେଵ ସାହୁଙ୍କ ନେତୃତ୍ୱରେ ଅରୁଣ ପଣ୍ଡା,ବିଜୟ ପଣ୍ଡା,ଯୁବନେତା ଲଷ୍ମୀକାନ୍ତ ବାଗ, ସୁମନ୍ତ ପତି,ଘନଶ୍ୟାମ ନାଏକ ଙ୍କ ଉପସ୍ଥିତରେ ଏକ ଦାବିପତ୍ର କଲମପୁର ବିଡିଓ ଦାୟିତ୍ଵରେ ଥିବା କଲମପୁର ତହସିଲଦାର କରିସ୍ମା ବେଶ୍ରା ଙ୍କୁ ଦେଇଥିଲେ | ଶ୍ରମିକଙ୍କୁ ମନରେଗା ଯୋଜନାରେ କାମ ମିଳୁନାହିଁ ଅନ୍ୟ ପଟେ ପଞ୍ଚୟତ କର୍ମଚାରୀ ମାନେ ଶ୍ରମିକ ଙ୍କ ଅର୍ଥ କୁ ବାଟମାରଣା କରୁଥିବା ନେଇ ଅଭିଯୋଗ ହୋଇଛି |