ମନରେଗା ଶ୍ରମିକଙ୍କ ୮ ଦଫା ଦାବୀ ହାସଲ ପାଇଁ ଘଣ୍ଟ ଥାଳି ପ୍ରତିବାଦ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପିନାଥପୁର ଗ୍ରାମରେ ମନରେଗା ଶ୍ରମିକଙ୍କ ୮ ଦଫା ଦାବିରେ କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ  ୧୬ ସେପ୍ଟେମ୍ବର ୨୦୨୦ ମଧ୍ୟାହ୍ନ ୧୨ ଘଟିକାରେ ୧୬ ମିନିଟ୍ ଘଣ୍ଟ ଥାଳି ପିଟି ପ୍ରତିବାଦ କରିଥିଲେ । ଜୁଲାଇ ୮ର ପଦଯାତ୍ରା କରୋନା ମହାମାରୀର ତୀବ୍ରତା ଯୋଗୁଁ ସ୍ଥଗିତ ରଖା ଯାଇଥିଲା ଆଜି ପୁଣି ଘଣ୍ଟ ଥାଳି ପିଟି ଅକ୍ଟୋବର ୮ରେ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ । ମନରେଗା ଶ୍ରମିକଙ୍କ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ଦୈନିକ ସର୍ବନିମ୍ନ ମଜୂରୀ ଠାରୁ ବହୁତ କମ ମାତ୍ର ୧୨୦-୧୪୦ ଟଙ୍କା ପ୍ରଦାନ କରିବା ଏବଂ ଅନ୍ୟାନ୍ୟ ଦାବୀକୁ ନେଇ ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ଗାଁ ରୁ ହିଞ୍ଜିଳିକାଟୁ ପଦଯାତ୍ରାରେ ସମସ୍ତ ନରେଗା ଶ୍ରମିକ, ପ୍ରବାସୀ ଶ୍ରମିକ, କୃଷି ଶ୍ରମିକ, ଭୂମିହୀନ, ଭାଗଚାଷୀ ଆଦି ସମସ୍ତ ଗରିବ ପରିବାର ମନରେଗାରେ ମେସିନ ବ୍ୟବହାର, କମ ମଜୂରୀ, ଦୁର୍ନୀତି ଓ ହରିଲୁଟ ବ୍ୟବସ୍ଥା ଏକ ହୋଇ ପ୍ରତିବାଦକୁ ଜୋରଦାର କରିବା ପାଇଁ ଆଜିର ୧୬ ମିନିଟ୍ ଘଣ୍ଟ ଥାଳି ପ୍ରତିବାଦରେ ଏହାର ନେତ୍ରୀ ପି.ପାର୍ବତୀ ଆହ୍ବାନ ଦେଇଛନ୍ତି ।୮ ଦଫା ଦାବିରେ ଗୁଡ଼ିକ ହେଲା ୧. ନିର୍ଧାରିତ ମଜୁରୀ ୨୦୭ ଟଙ୍କା ସହ ବଞ୍ଚିବା ଯୋଗ୍ୟ ମଜୂରୀ ପ୍ରଦାନ କର, ବକେୟା ମଜୂରୀ ତୁରନ୍ତ ପ୍ରଦାନ କର। ୨. ନରେଗାରେ ୨୦୦ ଦିନର କାମ ସହ ଦୈନିକ ମଜୁରୀ ୬୦୦ ଟଙ୍କାକୁ ବୃଦ୍ଧି କର,୩. କୃଷି କ୍ଷେତ୍ରର ଋଆ, ବଛା, କାଟିବା, ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଆଦି କାର୍ଯ୍ୟକୁ ନରେଗା ସହ ଯୋଡି ଶ୍ରମିକଙ୍କ ମଜୂରୀ ପ୍ରଦାନ କର, ୪. ସମସ୍ତ ନରେଗା ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ସହାୟତା ୧୫୦୦ ଟଙ୍କା ଏବଂ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କର, ୫. ରାସନକାର୍ଡରୁ ବଞ୍ଚିତ ହୋଇଥିବା ନରେଗା ଶ୍ରମିକଙ୍କୁ ତୁରନ୍ତ ରାସନକାର୍ଡ ଏବଂ ମୁଣ୍ଡ ପିଛ ୧୦ କେଜି ଚାଉଳ ସହ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କର ଏବଂ ରୋଜଗାର ବିହୀନ ପରିବାରକୁ ମାସିକ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କର, ୬. ଅଚଳ ହୋଇ ପଡିଥିବା ସୁତାକଳ, ଚିନିକଳ, ଲୁଗାକଳ ଆଦିର ପୁନରୁଦ୍ଧାର କରି ନିଯୁକ୍ତି ଦିଅ, ୭. ସଂଘରୋଧ କେନ୍ଦ୍ରରୁ ଫେରିଥିବା ଶ୍ରମିକଙ୍କୁ ୨ ହଜାର ଟଙ୍କା ତୁରନ୍ତ ପ୍ରଦାନ କର, ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ଗରିବ ପରିବାରର ଉନ୍ନତି ର ଦାୟିତ୍ୱ ନିଅ, ୮. ମନରେଗା କାର୍ଯ୍ୟରେ ନିୟୋଜିତ ସମସ୍ତ ମେସିନକୁ ଜବତ ଓ ମଜୂରୀ ହଡପ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ଆଦି ଦାବି ଉପସ୍ଥାପନ କରିବା ସହ ରାଜ୍ୟର ୭୨ ଲକ୍ଷ ପଞ୍ଜିକୃତ ଶ୍ରମିକଙ୍କୁ ଅଧିକାର ପ୍ରଦାନ ପାଇଁ ଏକ ଅନଲାଇନ ଜନସଭା କ୍ରାନ୍ତିକାରୀ କୃଷକ ସଭା (AIKKS)ର ରାଜ୍ୟ ସମ୍ପାଦକ ଶଙ୍କର ସାହୁଙ୍କ ସଂଯୋଜନାରେ ଏ.ଆଇ.କେ.କେ.ଏସ୍ ର ସର୍ବଭାରତୀୟ ସାଧାରଣ ସମ୍ପାଦକ ପ୍ରଦୀପ ସିଂ ଠାକୁର, ଟି.ୟୁ.ସି.ଆଇ ର ରାଜ୍ୟ ସଭାପତି ଶିବରାମ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ରାଜ୍ୟ କାର୍ଯ୍ୟକାରି ସଭାପତି ବିଚିତ୍ର ପାତ୍ର, ମାନବ ଅଧିକାର ସୁରକ୍ଷା ମଞ୍ଚ ତଥା ସ୍ବାସ୍ଥ୍ୟ ଅଧିକାର ଆନ୍ଦୋଳନର ନେତା ଅବନୀ ଗୟା ଓ ମନରେଗା ଆନ୍ଦୋଳନର ନେତ୍ରୀ ପି.ପାର୍ବତୀ ଆଦି ପ୍ରତିବାଦ ସ୍ଥଳରୁ ଅନଲାଇନ ଜନସଭାରେ ଯୋଗଦେଇ ଚର୍ଚ୍ଚାକୁ ବ୍ୟାପକ କରିଥିଲେ ।ପି.ଯୋଗେନ୍ଦ୍ର, ଲକ୍ଷ୍ମୀ ନାୟକ, ସାଗର ନାୟକ, ବୁଲି ବେହେରା, ସୁବାସିନୀ ସାହୁ, ଶୈଳ ବେହେରା, ସଂଯୁକ୍ତା ନାୟକ, ସୁବାସ ନାୟକ, ସନ୍ତୋଷିନୀ ନାୟକ ଆଦି ଘଣ୍ଟ ଥାଳି ପିଟା ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଏବଂ ବଡଖଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ବଡ଼ଦାଣ୍ଡରେ ସଭା ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ