ମନିପର୍ସର ରଙ୍ଗ

(ଯୁଗାଦ୍ଦ ନ୍ୟୁଜ) ପ୍ରତ୍ୟେକ ରଙ୍ଗର କିଛି ନା କିଛି ସ୍ୱତନ୍ତ୍ରତା ରହିଛି । ଏହି ରଙ୍ଗ ବ୍ୟକ୍ତି ମନ, ମସ୍ତିଷ୍କ ଓ ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ । ପର୍ସର ରଙ୍ଗ ମଧ୍ୟ ଜଣଙ୍କ ଭାଗ୍ୟକୁ ଉତ୍ଥାନ ଏବଂ ପତନ ଆଡ଼କୁ ଟାଣିଆଣିଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ମନିପର୍ସ କିଣିବାବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଜରୁରୀ । ତେବେ ଚାଲନ୍ତୁ ଜାଣିବା, ଏ ସମ୍ପର୍କରେ କେତୋଟି କଥା ।
ଧଳା : ଯଦି ଆପଣଙ୍କ ପର୍ସର ରଙ୍ଗ ଧଳା, ତେବେ ଆପଣଙ୍କ ବଦଖର୍ଚ୍ଚ କମିଯିବ । ଧଳା ହେଉଛି ଶାନ୍ତିର ପ୍ରତୀକ । ଯଦି ଆପଣ ଆର୍ôଥକ ଚାପରେ ଥାଆନ୍ତି, ତେବେ ଧଳାରଙ୍ଗର ପର୍ସ ରଖିବା ଉଚିତ୍ ।
ବାଦାମୀ : ବାଦାମୀ ରଙ୍ଗ ହେଉଛି ପୃଥିବୀର ରଙ୍ଗ । ଏହି ରଙ୍ଗର ମନିପର୍ସ ବା ହ୍ୟାଣ୍ଡ୍ବ୍ୟାଗ୍ ବ୍ୟବହାର କରୁଥିଲେ ଆପଣ ଖର୍ଚ୍ଚ କରିବା ଆଗରୁ ସତର୍କ ରହିବେ ।
ଇଷତ୍ ଗୋଲାପୀ : ଗୋଲାପୀ ହେଉଛି ଅତ୍ୟନ୍ତ ଆନନ୍ଦର ରଙ୍ଗ । ଏହି ରଙ୍ଗ ଅଧିକ ଆତ୍ମସନ୍ତୋଷ ଦେଇଥାଏ । ଏଣୁ ମାତ୍ରାଧିକ ଅନାବଶ୍ୟକ ଖଚ୍ଚ ରୋକିପାରିବେ ।
ହଳଦିଆ : ଯଦି କିଣାକିଣିକୁ ନେଇ ଦ୍ୱିଧାଗ୍ରସ୍ତ ଅଛନ୍ତି, ତେବେ ହଳଦିଆ ରଙ୍ଗର ହ୍ୟାଣ୍ଡ୍ବ୍ୟାଗ୍ ବା ପର୍ସ ସାଙ୍ଗରେ ନେଇ ଯାଆନ୍ତୁ । ଏହା ଦ୍ୱାରା ଆପଣ ସହଜରେ ନିଷ୍ପତ୍ତି ନେଇପାରିବେ ।
ଗାଢ଼ ସବୁଜ : ଯଦି ଆପଣ ଗାଢ଼ ରଙ୍ଗର ସବୁଜ ପର୍ସ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ଆର୍ôଥକ ଅଭିବୃଦ୍ଧି ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ