ମନିପର୍ସ ଚୋରୀ ଘଟଣାରେ ମହିଳା ଗିରଫ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରରେ ଖାଇସାରି ହାତ ଧୋଇବାକୁ ବେସିନ ନିକଟକୁ ଯାଇଥିବା ବେଳେ ମଙ୍ଗଳବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଜନୈକ ମହିଳାଙ୍କ ମନିପର୍ସ ଚୋରୀକରି ନେଉଥିବା ଅଭିଯୋଗରେ ଜଣେ ବୟଷ୍କ ମହିଳାଙ୍କୁ ଟାଉନଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଅଚଂଳର ଗୋବି ମଲ୍ଲିକ ନାମକ ମହିଳା ଜଣଙ୍କ ଆହାରକେନ୍ଦ୍ରରେ ଖାଇସାରି ଖାଇବା ଟେବୁଲ ଉପରେ ମନିପର୍ସ ରଖି ହାତ ଧୋଇବାକୁ ଯାଇଥିବା ବେଳେ ନିକିରାଇ ଥାନା ଅନ୍ତର୍ଗତ ଘାଘରା ଗ୍ରାମର ବସନ୍ତ ପରିଡାଙ୍କ ପତ୍ନୀ ସର୍ମିଷ୍ଠା ପରିଡା(୫୮) ସେହି ମନିପର୍ସଟିକୁ ଚୋରୀକରି ନେଇଥିବା ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେଠାରେ ଉପସ୍ଥିତ ଲୋକମାନେ ସର୍ମିଷ୍ଠାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତଙ୍କ ଠାରୁ ମନିପର୍ସ ସହିତ ସେଥିରେ ଥିବା ୧୫ଶହ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ପୋଲିସ ଜବତ କରିଛି । ଟାଉନ ଥାନା ସବଇନିସପେକ୍ଟର ପ୍ରଜ୍ଞାଶ୍ରୀ ନାୟକ ଅଭିଯୁକ୍ତ ସର୍ମୀଷ୍ଠାକୁ ଗିରଫ କରିବା ସହ ଥାନା କେଶ ନମ୍ବର ୧୮/୨୦୨୦ରେ ଆଇପିସିର ଦଫା ୩୭୯ରେ ଏକ ଚୋରିମାମଲା ରୁଜୁକରି ତାକୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ।