ମନି ଲଣ୍ଡ୍ରିଂ ମାମଲା: ଆଜି ଭଦ୍ରାଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ପତି ରବର୍ଟ  ଭଦ୍ରାଙ୍କୁ ବୁଧବାର ଇଡି ଲମ୍ବା ସମୟ ଧରି ଜେରା କରିବା ପରେ ଆଜି ମଧ୍ୟ ତାଙ୍କୁ ଜେରା କରିବ। ଇଡିର ଟିମ୍  ପାଖାପାଖି ୬ ଘଣ୍ଟା ପର୍ୟ୍ୟନ୍ତ ଗତକାଲି  ଭଦ୍ରାଙ୍କୁ ପଚରାଉଚୁରା କରିଛନ୍ତି। କିନ୍ତୁ ଇଡି ଭଦ୍ରାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଥିଲା। ତେଣୁ ଇଡି ଆଜି ପୁର୍ନବାର ଜେରା ପାଇଁ ଭଦ୍ରାଙ୍କୁ ସମନ ଜାରି କରିପାର।

ଗତକାଲି ଜେରାରେ ଲଣ୍ଡନ ସଂପତ୍ତି ବିଷୟରେ ପ୍ରଶ୍ନ ହେବାରୁ ଭଦ୍ରା କହିଥିଲେ ଯେ, ଏହା ମୋର ସଂପତ୍ତି ନୁହେଁ। ଇଡି କହିଛନ୍ତି ଯେ, ଏହା ଆପଣଙ୍କର ସଂପତ୍ତି ନୁହେଁ ତେବେ ଲିଖିତ ଭାବେ କୁହନ୍ତୁ। ଯଦି ସଞ୍ଜୟ ଭଣ୍ଡାରୀଙ୍କୁ ଆପଣ ଜାଣନ୍ତି ନାହିଁ ତେବେ ଲିଖିତ ଭାବେ ବତାନ୍ତୁ। ଏହା ସହିତ ଇଡି ଭଦ୍ରାଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ଭୁଲ ବୟାନବାଜି କରନ୍ତି ତେବେ ଆପଣଙ୍କୁ କାର୍ୟ୍ୟା ନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ।

ଏହା ପୂର୍ବରୁ ଭଦ୍ରାଙ୍କ ସହିତ ତାଙ୍କ ପତ୍ନୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦପ୍ତରରେ ପହଞ୍ଚିଥିଲେ, ମାତ୍ର ସେ ଗେଟରୁ ହିଁ ଫେରି ଯାଇଥିଲେ। ଭଦ୍ରାଙ୍କୁ ଜେରା କରିଥିବା ଟିମରେ ଯୁଗ୍ମ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଓ ୫ ଅନ୍ୟ ଅଧିକାରୀ ସାମିଲ ଥିଲେ।

ଉଲ୍ଲେଖଯୋଗ୍ୟ, ଶନିବାର ଦିଲ୍ଲୀର ଏକ ଅଦାଲତ ମନି ଲଣ୍ଡ୍ରିଂ ମାମଲାରେ ଭଦ୍ରାଙ୍କ ଆଗୁଆ ଜାମିନ ଯାଚିକା ଉପରେ ଶୁଣାଣି କରି ଫେବୃଆରୀ ୧୬ ପର୍ୟ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଥିଲେ। ଅଦାଲତ ଭଦ୍ରାଙ୍କୁ ଇଡିର ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇ ଫେବୃଆରୀ ୬ରେ  ପଚରାଉଚୁରା ପାଇଁ ଇଡି ସମ୍ମୁଖରେ ହାଜର ହେବାକୁ ଅନୁମତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ