ମନୁଷ୍ୟ ଲୁହରୁ ପ୍ରସ୍ତୁତ ଲୁଣ !
ଆମେରିକାର ନ୍ୟୁୟର୍କସ୍ଥିତ ଏକ ଜଣାଶୁଣା ଅଞ୍ଚଳ ହେଉଛି ହୋଷ୍ଟନ ଷ୍ଟ୍ରିଟ୍ । ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ନିୟମିତ ଦେଖିବାକୁ ମିଳେ । ଏହା ପଛର ମୁଖ୍ୟ କାରଣ ହେଲା ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ଦୋକାନ ‘ହୋଷ୍ଟନ ଷ୍ଟ୍ରିଟ୍ ମନଷ୍ଟର ସପ୍ଲାଏଚ’ । ଏହା ବିଶ୍ୱର ପ୍ରଥମ ଓ ଏକମାତ୍ର ଦୋକାନ, ଯେଉଁଠାରେ ମନୁଷ୍ୟ ଲୁହରୁ ପ୍ରସ୍ତୁତ ଲୁଣକୁ ବିକ୍ରି କରାଯାଏ । ଦୋକାନର ମାଲିକଙ୍କ କହିବାନୁସାରେ ୧୮୧୮ ରେ ପ୍ରତିିଷ୍ଠିତ ଏଇ ଲୋକପ୍ରିୟ ଦୋକାନରେ ସବୁବେଳେ ଗ୍ରାହକଙ୍କ ଭିଡ଼ ଲାଗିରହିଥାଏ । ଅବଶ୍ୟ ଏଇ ଲୁଣର କିଲୋ ପିଛା ଦାମ କିଛି କମ୍ ନୁହେଁ । ସବୁଠୁ ମହଙ୍ଗା ମନୁଷ୍ୟ ଆଖିର ଲୁଣ କିଲୋ ପିଛା ୩ ହଜାର ଟଙ୍କାରେ ଏଠାରେ ବିକ୍ରି ହୋଇଥାଏ । ଏହା ଏକ ବିଚିତ୍ର ଦୋକାନ ହୋଇଥିବା ବେଳେ ଗ୍ରାହକମାନଙ୍କ ଆଗ୍ରହ ମଧ୍ୟ ଆଶ୍ଚର୍ଯ୍ୟର ପ୍ରସଙ୍ଗ । ୧୮୧୮ ରେ ଖୋଲା ହୋଇଥିବା ଏଇ ଦୋକାନ କିଛି ବର୍ଷ ପରେ ବନ୍ଦ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଦୋକାନର ତୃତୀୟ ପିଢ଼ିର ମାଲିକ ୨୦୧୦ ରେ ପୁଣି ଏହାର ଶୁଭାରମ୍ଭ କରିଛନ୍ତି ।


