ମନୋବଳ

ମନରେ ଭରିଛି

ଶତ ସିଂହ ବଳ

ତା ସାଥେ ଶୃଗାଳ ଭୟ,

ପରିସ୍ଥିତି ଦେଖି

ଖେଳି ନ ପାରିଲେ

ପରିଣାମ ଭୟାବହ ।

 

ଜନ୍ମରୁ ମୋ ବଳ

ମୋତେ ହିଁ ଅଜଣା

ନ ଥିଲା କାହାକୁ ଡର,

ଅଗ୍ନିକୁ ଧରିଲେ

ସିଂହ ବଳ ନେଇ

ତୁମେ ତ ଶୃଗାଳ କର ।

 

ପରିଣାମ କଥା

ତୁମେ କହି କହି

ସିଂହରୁ କଲ ଶୃଗାଳ ,

ଡରି ମରି ହୋଇ

ବାଟ ଚାଲୁ ଚାଲୁ

ପରିସ୍ଥିତି ଟଳମଳ ।

 

ଉଦାମ ବୟସେ

ଡର ଭୟ କାହିଁ

ପରିଣାମ କଥା ଜାଣି,

ଶତ ସିଂହ ବଳ

ଜୁଆର ଉଠଇ

ଅପରାହ୍ଣେ ଲେଉଟାଣି ।

 

ଏଣୁ ପରିସ୍ଥିତି

ପରିଣାମ ଫଳ

ସିଂହ ଶୃଗାଳଙ୍କ ବଳ,

ବୟସ ଆଣଇ

ଉତ୍ଥାନ ପତନ

ମନ ବି ଗଡାଏ ମାଳ ।

 

ଗଦଧର ସାହୁ,

ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ