ମନୋମାନିନୀର ୩୨ ତମ ବର୍ଣାଳୀ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇତିମଧ୍ୟରେ ମନୋମାନିନୀ ଅନୁଷ୍ଠାନ ୩୨ ବର୍ଷରେ ପଦାର୍ପଣ କରିବାସହ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଏକ ଭବ୍ୟ ପରିବେଶରେ ତା’ର *ବର୍ଣାଳୀ ଉତ୍ସବ- ୨୦୨୩ର* ଆୟୋଜନ କରିଥିଲା।ପୁର୍ବତନ ସାଂସଦ ପ୍ରସନ୍ନ କୁମାର ପାଟସାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ର କାର୍ଯ୍ୟାବଳିର ଭୁୟସୀ ପ୍ରଶଂସା କରିବାସହ ଏହାର ପ୍ରତିଷ୍ଠାତ୍ରୀ କବିତା ମହାନ୍ତିଙ୍କୁ ଦୀର୍ଘ ବର୍ଷଧରି ଏହାକୁ ସୁପରିଚାଳନା କରି ଆଗକୁ ବଢିଚାଲି ଥିବାରୁ ଧନ୍ୟବାଦ ଦେଇଥିଲେ ।ଅନୁଷ୍ଠାନର ଉପଦେଷ୍ଟା ସହଦେଵ ଜୟସିଂ ଅନୁଷ୍ଠାନର କାର୍ଯ୍ୟବଳୀ ସମ୍ପର୍କରେ ଵର୍ଣ୍ଣନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଗୀତିକାର, ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ବୃନ୍ଦାବନ ଜେନା, ପ୍ରମୁଖ ବିଖ୍ୟାତ *ନାଟ୍ୟକାର ଦୋଳଗୋବିନ୍ଦ ରଥଙ୍କୁ ବିଭୁତି ଭୂଷଣ ମହାନ୍ତି ସମ୍ମାନ* ଏବଂ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ରାଜ୍ୟର ଅନ୍ୟ ୧୪ ଜଣ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ବିଭୁତି ଭୂଷଣ ମହାନ୍ତି ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରିଥିଲେ। ଏତଦ ଭିନ୍ନ ସରୋଜ ଷଡଙ୍ଗୀଙ୍କ ଦ୍ୱାରା ଲଘୁ ସଙ୍ଗୀତ ଏବଂ ମନୋମାନିନୀର କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଓ ଦ୍ଵେତ ନୃତ୍ୟ ଇତ୍ୟାଦି ପ୍ରଦର୍ଶନ କରିଥିଲେ।ଉଦଯାପନ କାର୍ଯ୍ୟକ୍ରମକୁ ସଭାପତି ସାଧୁ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଆରମ୍ଭ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମୁଖ୍ୟ ବକ୍ତା ଭାବେ ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପାଳ ନିରଞ୍ଜନ ସାହୁ,ସଂମ୍ମାନୀତ ଅତିଥିଭାବେ ପରିବେଶ ପ୍ରେମୀ ତଥା ସବୁଜ ଭାଇ ଗୌରାଙ୍ଗ ନାୟକ, ଚାଟାର୍ଡ ଆକାଉଣ୍ଟାଣ୍ଟ ଦିଲ୍ଲୀପ ମିଶ୍ର,କର୍ପୋରେଟର ପୁଷ୍ପା ରାଉତ ଏବଂ ଆସମା ବେଗମ, ଯୁବ ସମାଜସେବୀ ଫିରୋଜ ଖାଁ ଏବଂ ମଧୁସୂଦନ ରେଡ୍ଡୀ, ପାଲା ଗାୟକ ସୁର ଛୋଟରାୟ ମହାରାଷ୍ଟ୍ର ନାଗପୁରରୁ ଆସିଥିବା ବଳି ରାଜା ପାର୍ଟିର ସଭାପତି ମହେନ୍ଦ୍ର ସିଂ ଧାୱଡେ ଏବଂ ଅଶୋକ କାମ୍ବଲେ ପ୍ରମୁଖ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଆମ ରାଜ୍ୟର ୧୯ ଜଣ ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ମନୋମାନିନୀ ବର୍ଣ୍ଣାଳୀ – ୨୦୨୩ ସମ୍ବର୍ଦ୍ଧ୍ୱନାରେ ସମ୍ବର୍ଦ୍ଧିତ କରିବା ସହ ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ବଳଦେବ ମହାରଥା ଙ୍କୁ ମନୋମାନିନୀ ବର୍ଣ୍ଣାଳୀ ସମ୍ମାନରେ ସମ୍ମାନିତ କରିଥିଲେ ।ଏହି ଅବସରରେ ଏକ ସ୍ମରଣୀକା ସ୍ପନ୍ଦନ – ୨୦୨୩ର ଶୁଭ ଉନ୍ମୋଚନ କରାଯାଇଥିଲା।ଦୀପ ପ୍ରଜ୍ଜ୍ୱଳନ ପରେ ପରେ ଓଡିଶୀ ନୃତ୍ୟରୁ କାର୍ଯ୍ୟକ୍ରମ ପ୍ରାରମ୍ଭିତ ହେବା ସହିତ, କାର୍ଯ୍ୟକ୍ରମର ବିରତି ସମୟରେ, ସୁନ୍ଦରଗାଁ କଲା କେନ୍ଦ୍ରର ଏବଂ ମନୋମାନିନୀର କୁନି କଳାକାର, ଗୁରୁ ରାମହାରି ଦାସ ଓଡ଼ିଶୀ ଗୁରୁକୂଳର କଳାକାର ଏବଂ ଗୁରୁ ନିରଞ୍ଜନ ରାଉତଙ୍କ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମଗ୍ର ୨ ଟି ପର୍ଯାୟର କାର୍ଯ୍ୟକ୍ରମକୁ ଉପସଭାପତି, ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ମହାନ୍ତି ପରିଚାଳନା କରିବା ସହ ଜୟଶ୍ରୀ ପ୍ରଧାନ ମଞ୍ଚରେ ଅତିଥି ପରିଚୟ ସହ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ମାନଙ୍କର ଗୁଣାବଳୀ ପାଠ କରିଥିଲେ । ପାୟଲ ପଲ୍ଲବୀ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକୁ ସଂଚାଳନ କରିଥିଲେ।ସଭାପତି ସାଧୁ ଚରଣ ବେହେରା ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।ସମ୍ପାଦିକା କବିତା ମହାନ୍ତିଙ୍କ ନେତୃତ୍ୱରେ ଗୁନଗୁନ ରୋଜି,ସବିତା,ମମତା,ଗଣି ବାବୁ,ଉଲ୍ଲାସ ଏବଂ ନିଗମ ମହାନ୍ତି,ରାଇନା,ନିକି, ଡୋନା, ସୀମା ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହଯୋଗରେ ମନୋମାନିନୀର ସମଗ୍ର ବର୍ଣ୍ଣାଳୀ -୨୦୨୩ ଏବଂ ୩୨ତମ ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବଟି ଅତି ସୁନ୍ଦର ଏବଂ। ସୁରୁଖୁରୁରେ ସମାପନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ