ମନୋରଞ୍ଜନ ସାମନ୍ତ ସିଂହାରଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ପୁର୍ବତନ କ୍ରିକେଟ ଖେଳାଳୀ ତଥା ମା ବରାହୀ କ୍ରିକେଟ କ୍ଲବର ପ୍ରତିଷ୍ଠାତା ତଥା ଜଣେ ଦକ୍ଷ ସଂଗଠକ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ମନୋରଞ୍ଜନ ସାମନ୍ତ ସିଂହାରଙ୍କ ୫୫ବର୍ଷ ବୟସରେ ଗତ ବୁଧବାର ଦିନ ପରଲୋକ ହୋଇଯାଇଛି । ସେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ବଡଭାଇ ଥିଲେ । ଗତ କିଛିଦିନ ହେଲା ବୃକକ ରୋଗରେ ପିଡିତ ଥାଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ସମଗ୍ର ବଞ୍ଚୋ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଦୁଇପୁଅ, ଅସିତି କୁମାର ବରାଳ ଓ ଅସିମ କୁମାର ବରାଳ, ଝିଅ ବର୍ଷା ବୈଶାଖି ବରାଳ, ପୁତୁରା ଅମିତ, ଅଙ୍କିତ, ଅର୍କିତି, ଭାଇ ଜ୍ଞାନ ରଞ୍ଜନ, ଚିତ୍ତରଞ୍ଜନ, ଅନିଲ, ବାପା, ଦାଦା, ଖୁଡିଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ଅକ୍ଷୟ କୁମାର ବରାଳ, ଅଶୋକ କୁମାର ପୁହାଣ, ପ୍ରଶାନ୍ତ ରାଉତ, ବିନୟ ନାୟକ,ରତିକାନ୍ତ ରାଉତ, ବିମଳ କିଶୋର ଜେନା, ଶଶାଙ୍କ ଶେଖର ପୁହାଣ, ଅଶାନ୍ତ ନାୟକ, ସୁରେନ୍ଦ୍ର କୁମାର ବିଶ୍ୱାଳ, ମଦନ ମୋହନ ପାଢ଼ୀ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ମନୋଜ କୁମାର ବରାଳ, ସୁଚିିତ୍ରାନନ୍ଦ ବରାଳ, ଡାକ୍ତର ରମେଶ ଚନ୍ଦ୍ର ବେହେରା, ସୁଧାଶୁଂ ରାଉତ ରାଉତ, ସୁଦନ ବରାଳ, ମହେନ୍ଦ୍ର କୁମାର ରାଉତ, ପ୍ରଦୀପ କୁମାର ରାଉତ, ଜିଲ୍ଲା ବିଜେପି ସଭାପତି ଅଶୁଂମାନ ସବୁଜ ମହାନ୍ତ ବର୍ମା, ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ରାମଚନ୍ଦ୍ର ସାହୁ, ହରିଜନ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ଟୁକୁନା ମହାନ୍ତ, ଅନାଦି ସାହୁ, ବଳଭଦ୍ର ବାରିକ, ଶଶିକାନ୍ତ ରାଉତ, ମଧୁସୁଦନ ରାଉତ, ପ୍ରଶାନ୍ତ ମହାପାତ୍ର, ଅମର ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ବୈତରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ଅସିତ୍ ମୁଖାଗ୍ନି ଦେଇଥିବାବେଳେ ଗାଁର ଅନେକ ଲୋକ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ